କନକ ବ୍ୟୁରୋ : ବର୍ଷ ଯାକ କେତେ ପାଠ ପଢ଼ିଲ, ଏବେ ପରୀକ୍ଷାର ବେଳ । ସିବିଏସଇ ଦ୍ୱାଦଶ, ଦଶମ ପରୀକ୍ଷା ଚାଲିଥିବାବେଳେ ଆଜିଠୁ ଆରମ୍ଭ ହୋଇଛି ସିଏଚଏସଇ +୨ ପରୀକ୍ଷା । କାଲିଠୁ ଆରମ୍ଭ ହେବ ଓଡ଼ିଶା ବୋର୍ଡ ଅଧିନରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା । ସ୍ୱଚ୍ଛତାର ସହ ପରୀକ୍ଷା ସାରିବା ସରକାରଙ୍କ ପାଇଁ ଆହ୍ୱାନ ।

Advertisment

ଛାତ୍ର ଜୀବନର ସବୁଠାରୁ ବଡ଼ ପରୀକ୍ଷାର ବେଳ । ମଙ୍ଗଳବାରଠାରୁ ସିବିଏସଇ ଓ ଆଜିଠାରୁ ସିଏଚ୍ଏସଇ ପରୀକ୍ଷା ଆରମ୍ଭ ହୋଇଥିବାବେଳେ କାଲିଠୁ ଓଡ଼ିଶା ମାଟ୍ରିକ ବୋର୍ଡ ପରୀକ୍ଷା ହେବ । ଛାତ୍ରଛାତ୍ରୀ ଓ ଅବଭାବକଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଲାଗି ରହିଛି ଉତ୍କଣ୍ଠା ।

ଅଧିକ ପଢ଼ନ୍ତୁ : ଆରମ୍ଭ ହେଲା ପରୀକ୍ଷା; ସିବିଏସ୍ଇ ଦ୍ୱାଦଶ ଓ ଦଶମ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୦୮୨ କେନ୍ଦ୍ରରେ ହେବ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ବଡ ଆହ୍ୱାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି । ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ CCTV ସର୍ଭେଲାନ୍ସରେ ରଖାଯାଇଛି । କଣ୍ଟ୍ରୋଲ ରୁମ୍‌ରୁ ସ୍ୱତନ୍ତ୍ର ଭାବେ ମନିଟରିଂ କରାଯିବ । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ହବ୍ ଗୁଡିକ AI ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଛି । ସବୁ କେନ୍ଦ୍ରକୁ ଜଗିଛି ପୁଲିସ୍ ।

ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଫୋନ୍ ବାରଣ । ତ୍ରିସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା କରାଯାଇଛି ।ସ୍ପେଶାଲ ଭିଜିଲାନ୍ସ ଟିମ୍ ପରୀକ୍ଷା କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିବେ । ପ୍ରଶ୍ନପତ୍ରରେ QR Code ଓ Watermark ବ୍ୟବସ୍ଥା କରାଯାଇଛି ।

ପ୍ରତିଦିନ ପରୀକ୍ଷା ଶେଷ ପରେ ଅଧୀକ୍ଷକମାନେ ବୋର୍ଡକୁ ରିପୋର୍ଟ ଦେବେ । ପୂର୍ବବର୍ଷ ମାନଙ୍କରେ ପରୀକ୍ଷାରେ ବାରମ୍ବାର ବିଭ୍ରାଟ ହୋଇଥିବାରୁ ତ୍ରୁଟିଶୂନ୍ୟ ଭାବେ ସାରିବା ବୋର୍ଡ କର୍ତ୍ତୁପକ୍ଷ ଓ ଗଣଶିକ୍ଷା ବିଭାଗ ପାଇଁ ବଡ ଆହ୍ୱାନ ।