କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ସିବିଏସ୍‌ଇ ଦ୍ୱାଦଶ ଓ ଦଶମ ପରୀକ୍ଷା । ଆସନ୍ତାକାଲିଠୁ ହେବ ଯୁକ୍ତ ଦୁଇ ପରୀକ୍ଷା । ରାଜ୍ୟରେ ମୋଟ ୪ ଲକ୍ଷ ୧୬୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ପରୀକ୍ଷା । ଚଳିତ ଥର ବି ପ୍ରଶ୍ନପତ୍ର ଭାଇରାଲ ନହେବା ଲାଗି କ୍ୟୁଆର କୋଡ୍‌ ସହ ପ୍ରତି ପ୍ରଶ୍ନରେ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି ।

Advertisment

ସାରା ଦେଶରେ ୩୧ ହଜାରରୁ ଅଧିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ପରୀକ୍ଷା । ଓଡ଼ିଶାରେ ୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସିବିଏସ୍‌ଇ ଦଶମ ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏପ୍ରିଲ ୯ ଯାଏଁ ଚାଲିବ ଦ୍ୱାଦଶ ପରୀକ୍ଷା । ଏଥର ଦ୍ୱାଦଶ ପରୀକ୍ଷାର୍ଥୀଙ୍କର ଅନ୍‌ ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ହୋଇଛି ।

ଅଧିକ ପଢ଼ନ୍ତୁ : କଣ୍ଟ୍ରୋଲ ରୁମରୁ ନିୟନ୍ତ୍ରଣ ହେବ ଦଶମ ପରୀକ୍ଷା

କାଲିଠାରୁ ଆରମ୍ଭ ହେଉଛି +୨ ପରୀକ୍ଷା । ରାଜ୍ୟରେ ମୋଟ ୪ ଲକ୍ଷ ୧୬୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଏଗଜାମ୍ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ୧୩୬୪ଟି ପରୀକ୍ଷା କେନ୍ଦ୍ର ଓ ୨୧୧ଟି ପରୀକ୍ଷା ହବ୍‌ ବ୍ୟବସ୍ଥା ହୋଇଛି । ସମସ୍ତ ହବ୍‌ରେ AI କ୍ୟାମେରାରେ ହେବ ମନିଟରିଂ । କପି ରୋକିବା ପାଇଁ ୫ଟି ସ୍ତରରେ ୧୦୨ଟି ସ୍କ୍ୱାଡ୍‌ ଗଠନ କରାଯାଇଛି । ଦିବ୍ୟାଙ୍ଗ ପିଲାଙ୍କ ପାଇଁ ମିଳିବ ୧ ଘଣ୍ଟା ଅଧିକ ସମୟ ।

ଗୁରୁବାରରୁ ମାଟ୍ରିକ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷାର୍ଥୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ । ପରୀକ୍ଷା କେନ୍ଦ୍ର, କପି ଓ ନୋଡାଲ କେନ୍ଦ୍ର ଉପରେ ନଜର ରଖିବ ସିସିଟିଭି । ପ୍ରଶ୍ନପତ୍ର ଭାଇରାଲ ନହେବା ଲାଗି କ୍ୟୁଆର କୋଡ ସହ ପ୍ରତି ପ୍ରଶ୍ନରେ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି । ବାରମ୍ବାର ପରୀକ୍ଷାରେ କେଳେଙ୍କାରୀ ହେଉଥିବା ନଜିର ରହିଛି । ତେଣୁ ଏଥର ତ୍ରୁଟିଶୂନ୍ୟ କରିବା ସରକାରଙ୍କ ପାଇଁ ବଡ ଆହ୍ୱାନ ।