Balasore Jana Sunani Photograph: (Kanak News)
କନକ ବ୍ୟୁରୋ : ଜନଶୁଣାଣି ବେଳେ ଗୋଷ୍ଠୀ ସଂଘର୍ଷ । ବାଡ଼ାବାଡ଼ି, ହାତାହାତି । ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ବାଲି ଖାଦାନ ନିଲାମ ପାଇଁ ଜନଶୁଣାଣି ବେଳେ ଏଭଳି ତୁମୁଳକାଣ୍ଡ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣ ଜନଶୁଣାଣି ଅନୁଷ୍ଠିତ ହେଉଥିଲା । ଏହି ସମୟରେ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି ।
ଅଧିକ ପଢନ୍ତୁ : ଯାଜପୁର ରୋଡ୍ ସୋଲେଇରେ ଗୋଷ୍ଠୀ ସଂଘର୍ଷ ; ବୃଦ୍ଧାଙ୍କ ମୃତ୍ୟୁ, ୯ ଅଟକ
ଏତେ ଜୋରରେ ଗଣ୍ଡଗୋଳ ଏବଂ ମାରପିଟ୍ ହୋଇଛି ଯେ, ଅଧାରୁ ବନ୍ଦ ରହିଛି ଜନଶୁଣାଣି । ଏହି ଗଣ୍ଡଗୋଳରେ ୨ ଜଣ ଆହତ ହୋଇଛନ୍ତି । ଜଳେଶ୍ବର ତହସିଲ ଅନ୍ତର୍ଗତ ମହମ୍ମଦନଗର ପାଟଣା ପଞ୍ଚାୟତ ସେଖସରାଇ ବାଲି ଖାଦାନ ନିଲାମ ପାଇଁ ଏହି ଜନଶୁଣାଣି ଚାଲିଥିଲା ।
Follow Us