କନକ ବ୍ୟୁରୋ : ଯାଜପୁର ରୋଡ଼ ଥାନା ସୋଲେଇ ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗାଁର ଗଦାଧର ଆଲଦାଙ୍କ ସ୍ତ୍ରୀ ଜେମା ଆଲଦା । ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଛଡ଼ାଇବା ଘଟଣାକୁ ନେଇ ସୋଲେଇ ଗ୍ରାମର କମାର ସାହି ଓ ଆଦିବାସୀ ସାହି ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା ।
ଅଧିକ ପଢନ୍ତୁ : କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ : ଗଣ୍ଡଗୋଳ ପରେ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ
ତେବେ ରବିବାର ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ଏହାକୁ ନେଇ ସଂଘର୍ଷ ହୋଇଥିଲା । ଏହି ସମୟରେ ଜଣେ ବୃଦ୍ଧା ତଳେ ପଡିଯିବାରୁ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ଗୋଷ୍ଠୀ ପକ୍ଷରୁ ୯ଜଣଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରେ ଯାଜପୁର ରୋଡ ଥାନା ଅଧିକାରୀଙ୍କ ସମେତ ୧ ପ୍ଲାଟୁନ ପୁଲିସ୍ ଫୋର୍ସ୍ ମୁତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/23/jajpur-road-2026-02-23-08-53-16.jpg)