କନକ ବ୍ୟୁରୋ : ଏନସିଇଆରଟିର ଅଷ୍ଟମ ଶ୍ରେଣୀ ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କିତ କିଛି ଅଂଶ ଉପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଗଭୀର ଉଦବେଗ ପ୍ରକାଶ କରିବା ସହିତ ଆପତ୍ତି ଉଠାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, କୈଣସି ସଂସ୍ଥାକୁ ବଦନାମ କି ଅପମାନିତ ହେବାକୁ ଦିଆଯିବନାହିଁ । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ ବିଜ୍ଞାନରେ ଏନସିଇଆରଟିର ଅଷ୍ଟମ ଶ୍ରେଣୀ ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ନେଇ ଉଲ୍ଲେଖ ଅଛି ।
ଆଜି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଓ କପିଲ ସିବଲ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ନ୍ୟାୟପାଳିକାରେ ଦୁର୍ନୀତି ବିଷୟ ପଢ଼ାଯାଉଥିବା ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଯିଏ ଯେତେ ବଡ଼ ହୋଇଥାନ୍ତୁ ନା କାହିଁକି, ଆଇନ ତା’ କାମ କରିବ । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନ ବିଚାପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ।
ଅଧିକ ପଢନ୍ତୁ : ବଦଳିବ ଦିଲ୍ଲୀର ନାମ, ହେବ ଇନ୍ଦ୍ରପ୍ରସ୍ଥ : କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ
‘ନ୍ୟାୟପାଳିକାରେ ଦୁର୍ନୀତି’
ଏନସିଇଆରଟି ଅଷ୍ଟମ ଶ୍ରେଣୀ ପୁସ୍ତକରେ ଉଲ୍ଲେଖ
ଗଭୀର ଉଦବେଗ ପ୍ରକାଶ କଲେ ପ୍ରଧାନ ବିଚାରପତି
କହିଲେ, କୈଣସି ସଂସ୍ଥାକୁ ବଦନାମ ହେବାକୁ ଦିଆଯିବନି
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଷ୍ଟିସ୍ ସୂର୍ଯ୍ୟକାନ୍ତ
ଏହାକୁ ସମ୍ପୂର୍ଣ୍ଣ ନିନ୍ଦନୀୟ କହିଲେ ପ୍ରଧାନ ବିଚାରପତି
‘ଯିଏ ଯେତେ ବଡ଼ ହୁଅନ୍ତୁ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/ncert-2026-02-25-14-20-17.jpeg)