ଇରାନରେ ତେଜୁଛି ଗୃହଯୁଦ୍ଧ, ୧୧୧ ସହରକୁ ମାଡ଼ିଲାଣି ଜନଆନ୍ଦୋଳନ

Advertisment

ଯେବେ ଜନତା ରାଗନ୍ତି, ସରକାରଙ୍କୁ ଦୋହଲାଇ ଦିଅନ୍ତି । କେବଳ ଗଣତନ୍ତ୍ରରେ ନୁହେଁ, ସବୁ ଶାସନ କାଳରେ   ଏଭଳି ଘଟିଥାଏ । ଯାହାର ତାଜା ନିଦର୍ଶନ ଇରାନରେ ଦେଖିବାକୁ ମିଳିଛି । ଦେଶର କୋଣ ଅନୁକୋଣରେ ଖାମନେଇଙ୍କ ବିରୋଧରେ ଶୁଣିବାକୁ ମିଳିଛି ସ୍ଲୋଗାନ । 

ଯେବେ ଜନତା ରାଗନ୍ତି, ସରକାରଙ୍କୁ ଦୋହଲାଇ ଦିଅନ୍ତି । କେବଳ ଗଣତନ୍ତ୍ରରେ ନୁହେଁ, ସବୁ ଶାସନ କାଳରେ   ଏଭଳି ଘଟିଥାଏ । ଯାହାର ତାଜା ନିଦର୍ଶନ ଇରାନରେ ଦେଖିବାକୁ ମିଳିଛି । ଦେଶର କୋଣ ଅନୁକୋଣରେ ଖାମନେଇଙ୍କ ବିରୋଧରେ ଶୁଣିବାକୁ ମିଳିଛି ସ୍ଲୋଗାନ । 

iran

କନକ ବ୍ୟୁରୋ : ଅସମ୍ଭାଳ ହେଲାଣି ଖାମନେଇଙ୍କ ବିରୋଧରେ ଇରାନର ଜନଆନ୍ଦୋଳନ । ତେହରାନ ସହ ୧୧୧ ସହରକୁ ବ୍ୟାପିଲାଣି ବିକ୍ଷୋଭ । ସେପଟେ ଏଭଳି ସ୍ଥିତି ପାଇଁ ସିଧାସଳଖ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛି ଇରାନ । କ’ଣ ପାଇଁ ବିକ୍ଷୋଭ? କାହିଁକି ଖାମନେଇଙ୍କ ବିରୋଧରେ ନିଆଁ ଜଳୁଛି । ଯେବେ ଜନତା ରାଗନ୍ତି, ସରକାରଙ୍କୁ ଦୋହଲାଇ ଦିଅନ୍ତି । କେବଳ ଗଣତନ୍ତ୍ରରେ ନୁହେଁ, ସବୁ ଶାସନ କାଳରେ   ଏଭଳି ଘଟିଥାଏ । ଯାହାର ତାଜା ନିଦର୍ଶନ ଇରାନରେ ଦେଖିବାକୁ ମିଳିଛି । ଦେଶର କୋଣ ଅନୁକୋଣରେ ଖାମନେଇଙ୍କ ବିରୋଧରେ ଶୁଣିବାକୁ ମିଳିଛି ସ୍ଲୋଗାନ । 

  • ଜଳୁଛି ଦେଶ, ହାଇଆଲର୍ଟରେ ଇରାନ
  • ୧୨ ଦିନର ପ୍ରଦର୍ଶନରେ ୪୫ରୁ ଅଧିକ ଜୀବନ ହାନି
  • ୩୧ଟି ପ୍ରାନ୍ତ ଓ ୧୧୧ ସହରରେ ମାଡ଼ିଛି ବିରୋଧର ନିଆଁ
  • ହିଂସା ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କଲା ଇରାନ
  • ତୁର୍କୀ, ଇସ୍ତାନବୁଲରୁ ତେହରାନକୁ ସବୁ ବିମାନ ରଦ୍ଦ
  • ତେହରାନରେ ବିମାନ ସେବା ଠପ୍
  • ଅଧିକାଂଶ ସ୍ଥାନରେ ବିଦ୍ୟୁତ୍, ଇଣ୍ଟରନେଟ୍ ସେବା ଠପ୍
  • ବିଦ୍ରୋହୀମାନେ ସୈନିକଙ୍କୁ ଘେରି ରହିବା ସହ ଛୁରାମାଡ଼

ଅଧିକ ପଢ଼ନ୍ତୁ :  ଭେନେଜୁଏଲା ପରେ ଟ୍ରମ୍ପଙ୍କ ଆଖି ଏବେ  ଇରାନ ଉପରେ, ଡ଼ରିକି ଋଷ ପଳେଇବେ ବୋଲି  ପ୍ରସ୍ତୁତ ହେଉଛନ୍ତି ଖାମନେଇ !

ସେପଟେ ପ୍ରଶ୍ନ ଉଠୁଛି, କିଛିଦିନ ହେବ ଶାନ୍ତ ପଡ଼ିଥିବା ବିକ୍ଷୋଭ ହଠାତ୍ ଗୁରୁବାର ଉଗ୍ର କାହିଁକି ହେଲା ? ଆୟାତୋଲ୍ଲା ଖାମନେଇଙ୍କ ପ୍ରକୃତ ଶତ୍ରୁ କିଏ ? ଦେଶର ନାଗରିକ ନା ଆଉ କିଏ ? ଜନଆନ୍ଦୋଳନରୁ ଫାଇଦା ନେବ କି ଆମେରିକା? ସୂଚନା ଅନୁସାରେ, ଇରାନକୁ ଖୁଲମଖୁଲ୍ଲା ଧମକ ଦେଇଛି ଆମେରିକା  । ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ପୁଣି ଚେତାବନୀ ଦେଇଛି । ସେପଟେ ଦେଶର ବିତାଡ଼ିତ କ୍ରାଉନ ପ୍ରିନ୍ସ ରେଜା ପହଲବୀ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି । ଘଟଣା ଆଗକୁ ନୂଆ ମୋଡ଼ ନେଇପାରେ । ଇରାନରେ ଦରଦାମ୍ ବଢୁଥିବାରୁ ଲୋକ ଅତିଷ୍ଠ ହୋଇପଡ଼ିଲେଣି । ତେଣୁ ଦେଶରେ ଉଗ୍ର ହୋଇଛି ଜେନ ଜି ଆନ୍ଦୋଳନ । ସରକାରଙ୍କ ଟିକସ ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଦର୍ଶାଇ ଖାମନେଇ ସରକାରଙ୍କୁ ଗାଦିଚ୍ୟୁତ କରିବା ଦାବି ବଢ଼ିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe