କନକ ବ୍ୟୁରୋ: ଚୁଡ଼ା ଆମ ଓଡ଼ିଆ ଘରର ପ୍ରଧାନ ସକାଳ ଜଳଖିଆ ।  ସକାଳ ଜଳଖିଆରେ  ଯଦି ଚୁଡା ସହିତ କଦଳୀ, ଗୁଡ଼ ଆଉ ଟିକେ ଦହି ମିଶେଇ ଖାଇଦେଉଛେ ତେବେ ଦିନ ସାରା ଭୋକ ହୋଇନଥାଏ ।  କାରଣ ଚୁଡା ନିଦା ଖାଦ୍ୟ ।  ବହୁତ ସମୟ  ଧରି ପେଟରେ  ରହିଥାଏ ଆଉ ଯାହା ଦ୍ବାରା ଭୋକ  କମ୍‌ ହୋଇଥାଏ । ସାଧାରଣତଃ କିଛି ଲୋକ ସକାଳୁ ଚୁଡା କଦଳୀ ଖାଇବାକୁ ଭଲ ପାଆନ୍ତି ।  

Advertisment

ଲୋକମାନେ ଜଳଖିଆ ହିସାବରେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଏହାକୁ ଆପଣମାନେ ଖୁବ୍‌‌ କମ୍‌‌ ସମୟ ମଧ୍ୟରେ ପ୍ରସ୍ତୁତ କରି ଖାଇପାରିବେ ।  ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ହଜମ ପ୍ରକ୍ରିୟାକୁ ବି ମଜବୁତ୍‌‌ କରେ । ଏଥିରେ ପ୍ରୋଟିନ୍‌‌, କ୍ୟାଲସିୟମ୍‌‌ ଏବଂ ଅନେକ ଭିଟାମିନ୍‌‌ ରହିଥାଏ, ଯାହା କୋଷ୍ଠ କାଠିନ୍ୟ ଏବଂ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ବି ମୁକ୍ତି ଦେଇଥାଏ । ଚୁଡାରେ ଅଧିକ ପରିମାଣର ଫାଇବର ରହିଥାଏ। ଯାହା ଆମ ଶରୀରକୁ ତତକ୍ଷଣାତ୍‌‌ ଶକ୍ତି ଯୋଗାଇଥାଏ। ଚୁଡା କଦଳୀ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଆମକୁ ଭୋକ ଲାଗିନଥାଏ । ଯାହାଫଳରେ, ଏହା ଆମ ଓଜନ ହ୍ରାସ କରିବାରେ ବି ସହାୟକ ହୁଏ । 

ପାୱାର୍ ଦେବ ପୋଇ : ଫୁର୍ତ୍ତି ରହିବେ ପୂରା ଦିନ , ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ପାଇଁ ରାମବାଣ

ଆୟୁର୍ବେଦ ଅନୁଯାୟୀ, ଚୁଡାକୁ  ସଠିକ୍ ଉପାୟରେ ପ୍ରସ୍ତୁତ ଏବଂ ସେବନ କଲେ ଏହାର ସ୍ୱାସ୍ଥ୍ୟଗତ ଲାଭ ବହୁଗୁଣିତ ହୋଇପାରେ ।  ଚୂଡାକୁ ଆମେ ଚୁଡା ଉପମା ବା ଚୂଡା ସନ୍ତୁଳା ଭାବେ ପ୍ରସ୍ତୁତ କରି ଖାଇଥାଉ । ସନ୍ତୁଳା ପାଇଁ  ମୋଟା କିମ୍ବା ମଧ୍ୟମ ମୋଟେଇର ଚୂଡା ବ୍ୟବହାର କରନ୍ତୁ । ତେଲ ବଦଳରେ ଘିଅ ବ୍ୟବହାର କରିବା ଆୟୁର୍ବେଦରେ ଅଧିକ ଉତ୍ତମ ବୋଲି ବିବେଚନା କରାଯାଏ । ଘିଅ ହଜମ ଶକ୍ତି ବଢ଼ାଏ ଏବଂ ଶରୀରକୁ ପୋଷଣ ଦିଏ ।  ମସଲା ଭାବେ ସୋରିଷ, ଜିରା, ହଳଦୀ, ହିଙ୍ଗୁ, କିଛି ମରିଚ ଗୁଣ୍ଡ ଏବଂ କାଶ୍ମୀରୀ ଲାଲ ଲଙ୍କା ଗୁଣ୍ଡ (ରଙ୍ଗ ପାଇଁ)  ବ୍ୟବହାର କରିପାରିବେ ।

ଓଜନ କମାଇବ , କୋଲେଷ୍ଟ୍ରୋଲ୍ କାଟିବ : ରୋଗକୁ ମାରିବ ମସୁର ଡାଲି

ପନିପରିବା ମଧ୍ୟରେ ଗାଜର, ମଟର, ବିନ୍ସ ଭଳି ସିଜନ୍‌ ପନିପରିବା ବ୍ୟବହାର କରନ୍ତୁ । ଏହା  ଚୁଡା ସନ୍ତୁଳାକୁ ଅଧିକ ପୋଷକ ଏବଂ ରଙ୍ଗୀନ କରିଥାଏ ।   ହଜମ ପାଇଁ ଏବଂ ସ୍ୱାଦ ପାଇଁ ଅତି ଉତ୍ତମ ନିମ୍ବ ପତ୍ର । ପ୍ରୋଟିନ୍ ଏବଂ ଉତ୍ତମ ଚର୍ବି  ଚିନାବାଦାମ ବ୍ୟବହାର କରିପାରିବେ ।  ଶେଷରେ ସ୍ୱାଦ ବଢ଼ାଇବା ପାଇଁ ଲେମ୍ବୁ ରସ  ବ୍ୟବହାର କରିପାରିବେ ।  
ଏହିପରି ଭାବରେ, ଚୂଡା ସନ୍ତୁଳା  କେବଳ ଏକ ସ୍ୱାଦିଷ୍ଟ ଜଳଖିଆ ନୁହେଁ, ବରଂ ଏହା ଏକ ସ୍ୱାସ୍ଥ୍ୟ ବୁଷ୍ଟର ମଧ୍ୟ । ଆୟୁର୍ବେଦିକ ଉପାୟରେ ପ୍ରସ୍ତୁତ ଏବଂ ସେବନ କଲେ ଏହାର ସମସ୍ତ ଲାଭ ଉଠାଇହେବ  ।