ଚୌଦ୍ୱାର ଜେଲ କଳି: ପୂର୍ବତନ ଜେଲର ଓ ଅଧିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

Advertisment

ଜେଲରୁ କଏଦୀ ଚମ୍ପଟ ସହ ଅବାଧ ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜେଲରେ ଲାଗିବ ଏଆଇ କ୍ୟାମେରା। କୌଣସି କଏଦୀ ଚମ୍ପଟ ମାରିବା ପାଇଁ ଉଦ୍ୟମ କଲେ ଅଟୋମେଟିକ୍ ଭାବେ ବାଜିବ ସାଇରନ।

ଜେଲରୁ କଏଦୀ ଚମ୍ପଟ ସହ ଅବାଧ ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜେଲରେ ଲାଗିବ ଏଆଇ କ୍ୟାମେରା। କୌଣସି କଏଦୀ ଚମ୍ପଟ ମାରିବା ପାଇଁ ଉଦ୍ୟମ କଲେ ଅଟୋମେଟିକ୍ ଭାବେ ବାଜିବ ସାଇରନ।

Choudwar Jail Row

Choudwar Jail Row Photograph: (Kanak News)

କନକ ବ୍ୟୁରୋ : ଚୌଦ୍ଵାର ଜେଲ ପୂର୍ବତନ ଜେଲର ଓ ଅଧିକ୍ଷକଙ୍କ କଳି ନେଇ ମୁହଁ ଖୋଲିଲା ଜେଲ ବିଭାଗ। କ୍ୟାମେରା ଆଗରେ ଉତ୍ତର ରଖିଲେ ଜେଲ ଡିଆଇଜି ବୀରେନ୍ ସାହୁ। ଗଣମାଧ୍ୟମରେ ଖବର ଆସିବା ପରେ ଉଭୟଙ୍କୁ କାରଣ ଦର୍ଶାଇବା ପାଇଁ କୁହାଯାଇଛି। ଘଟଣା ଉପରେ ଗୃହ ବିଭାଗ ଉଦବେଗ ପ୍ରକାଶ କରିବା ସହ ଜେଲ ବିଭାଗକୁ ରିପୋର୍ଟ ମାଗିଛନ୍ତି।

ଅଧିକ ପଢନ୍ତୁ: ପ୍ରାଣ ନେଇଗଲା ପୁରୁଣା ଥର୍ମୋଫ୍ଲାକ୍ସ : ଡାକ୍ତର ବୁଝାଇଲେ କେମିତି ଗଲା ବ୍ୟକ୍ତିଙ୍କ ଜୀବନ

ରିପୋର୍ଟ୍ ପାଇଁ  ପ୍ରସ୍ତୁତ କରାଯାଉଛି। ସେପଟେ ଜେଲରୁ କଏଦୀ ଚମ୍ପଟ ସହ ଅବାଧ ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜେଲରେ ଲାଗିବ ଏଆଇ କ୍ୟାମେରା। କୌଣସି କଏଦୀ ଚମ୍ପଟ ମାରିବା ପାଇଁ ଉଦ୍ୟମ କଲେ ଅଟୋମେଟିକ୍ ଭାବେ ବାଜିବ ସାଇରନ।  ଏଆଇ ପାୱାର ସିକ୍ୟୋର୍‌ଡ ସିକ୍ୟୁରିଟି ସିଷ୍ଟମ ସହ ପ୍ରତ୍ୟେକ ଜେଲରେ ଲାଗିବ ଏଆଇ କ୍ୟାମେରା। ପ୍ରଥମ ପର୍ୟ୍ୟାୟରେ ୧୮ ଟି ଜେଲରେ ୧୬ ଟି ଲେଖାଏଁ ଏଆଇ କ୍ୟାମେରା ଲାଗିବା ପାଇଁ ସ୍ଥିର କରାଯାଇଛି। ଢେଙ୍କାନାଳ ଜେଲରେ ଏହି ଏଆଇ କ୍ୟାମେରା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଦ୍ଵିତୀୟ ପର୍ୟ୍ୟାୟରେ ୪ ଟି ବଡ଼ ଜେଲ ଚୌଦ୍ଵାର ସର୍କଲ ଜେଲ,  ଭୁବନେଶ୍ବର ଝାରପଡ଼ା ଜେଲ, ବ୍ରହ୍ମପୁର ସ୍ପେଶାଲ ଜେଲ ଓ ସମ୍ବଲପୁର ଜେଲରେ ଏଆଇ କ୍ୟାମେରା ଲାଗିବା ପାଇଁ ସ୍ଥିର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe