କନକ ବ୍ୟୁରୋ: ସମସ୍ତେ ଚାହାନ୍ତି, ସେମାନଙ୍କ ଲମ୍ବା ଘନ ମୁଲାୟମ କେଶ, ଗ୍ଲୋଇଙ୍ଗ ସ୍କିନ୍ ହେଉ । ହେଲେ ବ୍ୟସ୍ତ ଜୀବନଶୈଳୀ, ପ୍ରଦୂଷଣ, ଅବସାଦ, ଭୁଲ ସମୟରେ ଖାଇବା ପିଇବା, ଏସବୁର କାରଣରୁ ଆମ ତ୍ବଚା ଓ କେଶ ଖରାପ ହୋଇଥାଏ ଏବଂ ଏହାକୁ ସଜାଡ଼ିବାକୁ ଆମେ ବଜାରରୁ ଚଢ଼ା ଦରରେ ବିଭିନ୍ନ ପ୍ରକାର କସ୍ମେଟିକ୍ସ କିଣି ବ୍ୟବହାର କରୁ । କିନ୍ତୁ ଜାଣନ୍ତୁ ଏତେ ଖର୍ଚ୍ଚାନ୍ତରେ ନପଡ଼ି ବରଂ ନିଜ ଘରୋଇ ଜିନିଷରେ ହିଁ ଆମେ ସୁନ୍ଦର ସ୍କିନ୍ , ସୁସ୍ଥ ଶରୀର ତଥା ମଜବୁତ୍ କେଶ ପାଇବାରିବା ।
ଆପଣଙ୍କ ରୋଷେଇ ଘରେ ଏମିତି କିଛି ମସଲା ଅଛି ଯାହା ଆପଣଙ୍କ ସ୍ବାସ୍ଥ୍ୟରୁ ନେଇ କେଶ, ତ୍ବଚା ସବୁ ପାଇଁ ବେଶ୍ ଲାଭପ୍ରଦ ହେବ । ଏହଭଳି କିଛି ଘରୋଇ ମସଲା ବ୍ୟବହାର କରି ଅନେକ ସେଲିବ୍ରିଟି ନିଜ ସ୍ବାସ୍ଥ୍ୟକୁ ସଠିକ୍ ରଖିପାରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ।
ଚିତ୍ରାଙ୍ଗଦା ୫୦ରେ ପହଞ୍ଚିଲେଣି ହେଲେ ଆଜି ବି ସେ ୩୦ ଭଳି ସୁନ୍ଦର ଦେଖାଯାଉଛନ୍ତି। ଆଜିବି ସେ କୌଣସି ୟଙ୍ଗ୍ ଆକ୍ଟ୍ରେସଙ୍କଠାରୁ କିଛି କମ୍ ନୁହନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ଚିତ୍ରାଙ୍ଗଦା କହିଛନ୍ତି ତାଙ୍କର ବିୟୁଟି ସିକ୍ରେଟ୍ , ଯାହା ସେ ନିଜ ରୋଷେଇ ଘରୁ ପାଇଛନ୍ତି । ଆଉ ବି ଯଦି ଚିତ୍ରାଙ୍ଗଦୋଙ୍କ ପରି ସୁନ୍ଦର କେଶ ଓ ତ୍ବଚା ପାଇବାକୁ ଚାହାନ୍ତି ତାହେଲେ ଏ ଆର୍ଟିକିଲ ଆପଣଙ୍କ ପାଇଁ ।
ଅଧିକ ପଢ଼ନ୍ତୁ : ୱାଟର୍ ହିଟର୍ ବ୍ୟବହାର କରୁଥିଲେ ସାବଧାନ ! ନେଇଗଲା ୨ ଭଉଣୀଙ୍କ ଜୀବନ
ଚିତ୍ରାଙ୍ଗଦା କହିଛନ୍ତି, ପ୍ରତିଦିନ ସକାଳୁ ସେ ଜିରା ପାଣି ପିଅନ୍ତି , ଯାହା ତାଙ୍କ ସ୍କିନ୍ ଓ କେଶ ପାଇଁ ବେଷ୍ଟ ଟନିକ୍ । ନଖଠାରୁ ନେଇ ରୋଗପ୍ରତିରୋଧକ ଶକ୍ତି ସବୁକୁ ମଜବୁତ୍ କରେ ଏହି ଜିରା ପାଣି । ଗତ ୨ ବର୍ଷ ହେଲାଣି ସେ ଜିରାପାଣିକୁ ଲଗାତାର ସକାଳ ସମୟରେ ପିଅନ୍ତି , ଯାହାର ପରିଣାମ ବି ସେ ନିଜେ ଅନୁଭବ କରୁଛନ୍ତି ।
ତାଙ୍କ କହିବା କଥା, ପ୍ରତିଦିନ ସକାଳେ ଖାଲିପେଟରେ ଜିରାପାଣି ପିଇବା ଦ୍ବାରା କେଶ ମୂଳ ମଜବୁତ୍ ହେବା କେଶ ଘନ ଓ ମୁଲାୟମ ହୁଏ । ଏହା ତ୍ବାଚ ପାଇଁ ପ୍ରାକୃତିକ ପୋଷଣ, ଯାହା ତ୍ବଚାରେ ଚମକ ଆଣେ । ସବୁଠାରୁ ଖାସ୍ କଥା ହେଉଛି , ଜିରା ପ୍ରକୃତିକ ହେବା କାରଣରୁ ଏହାର କିଛି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ।
ଜିରା ପାଣିରେ ଭରପୁର ମାତ୍ରାରେ ଭିଟାମିନ୍ ସି ରହିଛି , ଯାହା ଆମକୁ ଶୀଘ୍ର ଅସୁସ୍ଥ ହେବାକୁ ଦିଏନି । ପ୍ରତିଦିନ ଜିରା ପାଣି ପିଇଲେ , ସଂକ୍ରମଣ, ଥଣ୍ଡା , କାଶ ସହଜେ ହୁଏନି । ଯାହାକୁ ମୁଣ୍ଡବିନ୍ଧା କି ଥଣ୍ଡା ସମସ୍ୟା ଥିବ ସେମାନଙ୍କ ପାଇଁ ଏହି ପାନୀୟ ରାମବାଣ । ଖାଲି ଭିଟାମିନ୍ ସି ନୁହେଁ ବରଂ ଆଇରନ୍, ମ୍ୟାଗ୍ନେିସୟମ୍, ଫାଇବର୍, ପ୍ରୋଟିନ୍ ରହିଛି । ଏହାସହ ଭିଟାମିନ୍ ସି, ଏ ଓ ଇ ବି ରହିଛି। ଏହା କ୍ୟାଲସିୟମର ଏକ ଭଲ ଖୋରାକ୍ । ଏହା ଆଣ୍ଟିଅକ୍ସିଡାଣ୍ଟ ଭାବେ କାମ କରେ । ନିୟମିତ ଜିରା ପାଣି ପିଇଲେ ହଜମ ଶକ୍ତି ଦୃଢ଼ ହେବା ସହ ପେଟ ସମସ୍ୟା ରୁହେ ନାହିଁ । କୁହାଯାଏ ନା ପେଟରେ ରହିଛି ପୁରା ସ୍ବାସ୍ଥ୍ୟ ପେଟ ଯଦି ଠିକ୍ ସବୁ ଠିକ୍।
ତାହେଲେ ଆଉ ଡେରି କାହଁକି? ଆପଣ ବି ଜିରା ପାଣିକୁ ନିଜର ଅଭ୍ୟାସରେ ପକାଇବାକୁ ଚେଷ୍ଟା କରନ୍ତୁ ଆଉ ପ୍ରଭାବ ଅନୁଭବ କରନ୍ତୁ ।
Follow Us