ଜାନୁଆରୀ ୩୧ ସୁଦ୍ଧା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା : ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ସୂଚନା

Advertisment

ମନମୋହନ ସାମଲ କହିଛନ୍ତି, ତଦନ୍ତ କମିସନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଏବଂ ଏପର୍ଯ୍ୟନ୍ତ ଟଙ୍କା ପାଇନଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୮ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ବ୍ୟକ୍ତିମାନେ ସେମାନଙ୍କ ଟଙ୍କା ଫେରି ପାଇବେ ।

ମନମୋହନ ସାମଲ କହିଛନ୍ତି, ତଦନ୍ତ କମିସନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଏବଂ ଏପର୍ଯ୍ୟନ୍ତ ଟଙ୍କା ପାଇନଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୮ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ବ୍ୟକ୍ତିମାନେ ସେମାନଙ୍କ ଟଙ୍କା ଫେରି ପାଇବେ ।

ChitFund

ChitFund Photograph: (kanak news)

କନକ ବ୍ୟୁରୋ : ଓଡ଼ିଶାର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆସନ୍ତା ଜାନୁଆରି ୩୧ ତାରିଖ ସୁଦ୍ଧା କ୍ଷୁଦ୍ର ଜମାକାରୀମାନେ ସେମାନଙ୍କର ଜମା ଟଙ୍କା ଫେରି ପାଇବେ । ଏ ସମ୍ପର୍କରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ଲକ୍ଷାଧିକ କ୍ଷତିଗ୍ରସ୍ତ ପରିବାର ମଧ୍ୟରେ ଆଶାର ସଞ୍ଚାର କରିଛି ।

ମନମୋହନ ସାମଲ କହିଛନ୍ତି, ତଦନ୍ତ କମିସନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଏବଂ ଏପର୍ଯ୍ୟନ୍ତ ଟଙ୍କା ପାଇନଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୮ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ବ୍ୟକ୍ତିମାନେ ସେମାନଙ୍କ ଟଙ୍କା ଫେରି ପାଇବେ । ସରକାର ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ଲକ୍ଷ ନୂତନ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନଙ୍କୁ ଜାନୁଆରି ଶେଷ ସୁଦ୍ଧା ଅର୍ଥ ପ୍ରଦାନ କରାଯିବ ।

ଅଧିକ ପଢ଼ନ୍ତୁ---ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାର ହଜିଗଲା ପ୍ରଶ୍ନପତ୍ର

ସେ ଆହୁରି ମଧ୍ୟ କହିଛନ୍ତି ଯେ "ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ବର୍ତ୍ତମାନ ତାହା ପାଳନ କରାଯାଉଛି । ପୂର୍ବରୁ ଅନେକ ଜମାକାରୀ ଟଙ୍କା ପାଇ ସାରିଛନ୍ତି ଏବଂ ବାକି ଥିବା କ୍ଷୁଦ୍ର ଜମାକାରୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ।" ଏହା ସହିତ ସେ ଆଶ୍ୱାସନା ଦେଇଛନ୍ତି ଯେ, କେବଳ କ୍ଷୁଦ୍ର ଜମାକାରୀ ନୁହଁନ୍ତି, ବରଂ ପର୍ଯ୍ୟାୟକ୍ରମେ ବଡ଼ ଜମାକାରୀଙ୍କ ଟଙ୍କା ମଧ୍ୟ ଫେରସ୍ତ କରାଯିବ ।

ଅନ୍ୟପଟେ, ଆର୍ଥିକ ସଂସ୍ଥା ମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଗତ ସରକାରଙ୍କ ସମୟରୁ ଅଟକି ରହିଥିବା ପ୍ରକ୍ରିୟାକୁ ଏବେର ସରକାର ତ୍ୱରାନ୍ୱିତ କରୁଛନ୍ତି । ତେବେ ରାଜ୍ୟର ସମସ୍ତ ବଞ୍ଚିତ ଜମାକାରୀଙ୍କୁ ସଠିକ ଭାବେ ଚିହ୍ନଟ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe