ଜୀବନ ନେଉଛି ମାଞ୍ଜା ସୂତା; ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଲାଗୁନି ଅଙ୍କୁଶ

Advertisment

ଦିଲ୍ଲୀରୁ କୋଲକାତା ଦେଇ ଓଡ଼ିଶା ଆସୁଛି ଚାଇନିଜ୍ ଏବଂ ପ୍ଲାଷ୍ଟିକ୍‌ ମାଞ୍ଜା ସୂତା। ମକର ସଂକ୍ରାନ୍ତି ପୂର୍ବରୁ ବଜାରରେ ଏବେ ମାଞ୍ଜା ସୂତା ଚୋରାରେ ବିକ୍ରି ହେଲାଣି, ଯାହାକୁ ନେଇ ବଢ଼ିଛି ଚିନ୍ତା । 

ଦିଲ୍ଲୀରୁ କୋଲକାତା ଦେଇ ଓଡ଼ିଶା ଆସୁଛି ଚାଇନିଜ୍ ଏବଂ ପ୍ଲାଷ୍ଟିକ୍‌ ମାଞ୍ଜା ସୂତା। ମକର ସଂକ୍ରାନ୍ତି ପୂର୍ବରୁ ବଜାରରେ ଏବେ ମାଞ୍ଜା ସୂତା ଚୋରାରେ ବିକ୍ରି ହେଲାଣି, ଯାହାକୁ ନେଇ ବଢ଼ିଛି ଚିନ୍ତା । 

Plastic Manja

Plastic Manja Photograph: (kanak news)

କନକ ବ୍ୟୁରୋ: ଦିଲ୍ଲୀରୁ କୋଲକାତା ଦେଇ ଓଡ଼ିଶା ଆସୁଛି ଚାଇନିଜ୍ ଏବଂ ପ୍ଲାଷ୍ଟିକ୍‌ ମାଞ୍ଜା ସୂତା। ମକର ସଂକ୍ରାନ୍ତି ପୂର୍ବରୁ ବଜାରରେ ଏବେ ମାଞ୍ଜା ସୂତା ଚୋରାରେ ବିକ୍ରି ହେଲାଣି, ଯାହାକୁ ନେଇ ବଢ଼ିଛି ଚିନ୍ତା । 

  • ଜୀବନ ନେଉଛି ମାଞ୍ଜା ସୂତା
  • ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଲାଗୁନି ଅଙ୍କୁଶ
  • ଚୋରାରେ ହେଉଛି ବିକ୍ରି

ମକର ସଂକ୍ରାନ୍ତି ପୂର୍ବରୁ ବଜାରରେ ଜମିଲାଣି ଗୁଡ଼ି ଏବଂ ସୂତାର ପସରା । ଆଉ ମାରାତ୍ମକ ମାଞ୍ଜା ସୂତା ବି କଟକ ସହରରେ ଲୁଚାଛପାରେ ବିକ୍ରି ହେଲାଣି । କଟକଣା ସତ୍ତ୍ୱେ ମାଞ୍ଜା ସୂତାର ବହୁଳ ବ୍ୟବହାର ନେଇ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ। ସୂଚନା ଅନୁଯାୟୀ ମାଞ୍ଜା ସୂତା ଲାଗି କଟକରେ ଗତ ୧୧ ବର୍ଷରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ନିକଟରେ ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍ ଏବଂ ପୁଲିସର ମିଳିତ ଚଢ଼ଉ ବେଳେ ଜବତ ହୋଇଥିଲା ୪ ବସ୍ତା ମାଞ୍ଜା ସୂତା। ୨ ହଜାର ଟଙ୍କା ଜରିମାନା ବି କରାଯାଇଥିଲା, ତଥାପି ଏଥିରେ ରୋକ୍ ଲାଗିପାରୁନି। 

ଆହୁରି ପଢ଼ନ୍ତୁ : ରାଜଧାନୀରେ ବେଧଡ଼କ ଚାଲିଛି ହୁକ୍କା ବାର୍‌ : ନିଶାରେ ମତୁଆଲା ଯୁବପିଢ଼ି

ମାଞ୍ଜା ସୂତା ଅଘଟଣ

  • ୨୦୧୪ରେ ଜଣେ ଆହତ
  • ୨୦୧୫ରେ ଜଣଙ୍କ ମୃତ୍ୟୁ, ୩ ଆହତ
  • ୨୦୧୬ରେ ଜଣେ ମୃତ
  • ୨୦୧୯ରେ ୨ ଆହତ
  • ୨୦୨୧ରେ ଜଣେ ମୃତ, ଜଣେ ଆହତ
  • ୨୦୨୩ରେ ଜଣେ ମୃତ, ୬ ଆହତ
  • ୨୦୨୪ରେ ୬ ଆହତ
  • ଚଳିତ ବର୍ଷ ୧୦ରୁ ଅଧିକ ଆହତ

ସେହିପରି ମକର ପୂର୍ବରୁ ବାଲେଶ୍ବରରେ ବି ଜମିଲାଣି ଗୁଡ଼ି, ଚର୍‌ଖୀ ଓ ସୂତାର ପସରା। କଟକଣା ଦୃଷ୍ଟିରୁ ଦୋକାନୀ ମାନେ ଏଥର ମାଞ୍ଜା ସୂତା ବିକ୍ରି କରୁନଥିବା କହିଛନ୍ତି। ତଥାପି ପ୍ରଶାସନ ଏଥିପ୍ରତି ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ ବୋଲି ସହରବାସୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗୁଡ଼ିଉଡ଼ା ପରମ୍ପରା ନାଁରେ ନିଷେଧ ସୂତା ଧରପଗଡ଼ ଅଭିଯାନକୁ ଆହୁରି କଡ଼ାକଡ଼ି ପାଳନ କରିବା ଜରୁରି ହୋଇପଡ଼ିଛି। ନଚେତ୍ ମାଞ୍ଜା ସୂତା ପୁଣି କେତେବେଳେ କାହାର ଜୀବନ ନେବ କହିବା ମୁସକିଲ୍।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe