Childrens Park Photograph: (Kanak News)
କନକ ବ୍ୟୁରୋ : ପିଲାଙ୍କ ପାଇଁ ନିର୍ମିତ ପାର୍କ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ । ପ୍ରଶାସନର ଦାୟିତ୍ୱହୀନତା ପାଇଁ ପାର୍କଟିର ରକ୍ଷଣାବେକ୍ଷଣ କରାଯାଇନି । ଅବହେଳିତ ହୋଇ ପଡ଼ିରହିଛି ରାୟଗଡ଼ା ମୁନିଗୁଡ଼ାର ରୁରାଲ୍ ପାର୍କ । ପାର୍କ ଭିତର ବଣ ଜଙ୍ଗଲ ପାଲଟିଥିବା ବେଳେ ଭଙ୍ଗା ମଦ ବୋତଲ ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଛି ।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହରରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଏହି ରୁରାଲ ପାର୍କ । ପିଲାଙ୍କ ଖେଳିବା ପାଇଁ ଝୁଲା, ଖସଡ଼ା ଭଳି ବିଭିନ୍ନ ସରାଞ୍ଜାମ ବ୍ୟବସ୍ଥା ହୋଇଥିଲା । ପୁରା ଜଙ୍ଗଲ ରକ୍ଷଣାବେକ୍ଷଣ ଅଭାବରୁ ଖେଳ ସାମଗ୍ରୀ ସବୁ ଭାଙ୍ଗିଗଲାଣି । ସନ୍ଧ୍ୟାହେଲେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟୁଛି । ଯୁଆଡ଼େ ଦେଖିଲେ ମଦ ବୋତଲ ପଡ଼ିଥିବାର ଦେଖିବାକୁ ମିଳୁଛି । ପିଲା ଖେଳିବା ତ’ ଦୂରର କଥା ଭିତରେ ଭିତରେ ବୁଲିବା କଷ୍ଟକର ହୋଇପଡ଼ୁଛି ।
ଅଧିକ ପଢ଼ନ୍ତୁ : ମାଛ ଧରିବାକୁ ଯାଇ ଆଉ ଫେରିନାହାନ୍ତି; ୨୦ ଦିନରୁ ଅଧିକ ହେଲାଣି ମିଳୁନି ମା’ ଓ ବଡ଼ ଝିଅର ପତ୍ତା
ଗତ ୩ ବର୍ଷ ତଳେ ତତ୍କାଳୀନ ସରକାରଙ୍କ ଦ୍ୱାରା ଏହାର ନିର୍ମାଣ କରାଯାଇଥିଲା । କିନ୍ତୁ ଆଜି ଯାଏଁ ଏହାର ରକ୍ଷଣାବେକ୍ଷଣ ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଇନି । ବିଡିଓ କହୁଛନ୍ତି, ଏହା ପଞ୍ଚାୟତର ଦାୟିତ୍ୱ, କିନ୍ତୁ ଏନେଇ କୌଣସି ଅର୍ଥ ପ୍ରବନ୍ଧ ନାହିଁ । ଏନେଇ ଟଙ୍କା ବରାଦ କରିବାକୁ ଚେଷ୍ଟା କରାଯିବ କହୁଛନ୍ତି ମୁନିଗୁଡ଼ା ସରପଞ୍ଚ ।
କାହିଁକ ରକ୍ଷଣାବେକ୍ଷଣ ପାଇଁ ଆସୁନି ଟଙ୍କା ? ପାର୍କର ବିକାଶରେ କିଏ ସାଜୁଛି ବାଧା ? ତୁରନ୍ତ ପାର୍କଟିର ଉଚିତ ପରିଚାଳନା ଓ ରକ୍ଷଣାବେକ୍ଷଣ ଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି ।
Follow Us