କନକ ବ୍ୟୁରୋ: ଏଡ଼େବଡ଼ ଗାଁ , ହେଲେ ଅଙ୍ଗନବାଡ଼ି ନାହିଁ , କି ସ୍କୁଲ ଟେ ବି ନାହିଁ । ଯାହା ଅଛି ଆରପଟ ଗାଁରେ, ଯାହା ଏ ଗାଁଠାରୁ ୫-୬ କିଲୋମିଟର ଦୂର ଆଉ ମଝିରେ ପାହାଡ଼ ଜଙ୍ଗଲ । ଏତେ ଛୋଟ ଛୋଟ ପିଲା ଯିବେ କେମିତି ? ତେଣୁ ପିଲାଏ ଏଠି ଖାଇ ପିଇ ଖେଳି ବୁଲି ରହୁଛନ୍ତି, ଅକ୍ଷର ପଢ଼ୁନାହାନ୍ତି । ପୂରା ଗାଁ ଅପାଠୁଆ ।
ଅଧିକ ପଢ଼ନ୍ତୁ : ଟଙ୍କା ଦେଇଥିଲେ ମୋହନ, ଚୁପ୍ ହୋଇ ବସିଥିଲେ ବାବୁ ଆଉ ଏବେ...
ଏ ଗାଁ ହେଉଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାଆବା ପଞ୍ଚାୟତ ଅଶୋକପଲ୍ଲି ଗାଁ । ଏ ଗାଁରେ କୋଠାଘରଟେ ନାହିଁ । ଗାଁରେ ପଢ଼ିବାକୁ ତ ଅଙ୍ଗନବାଡ଼ି କି ସ୍କୁଲ ନାହିଁ । ଯାହା ଅଛି ୫ କିଲୋମିଟର ଦୂରରେ ଥିବା ଅନ୍ୟ ଗାଁରେ । ସେଠାକୁ ଯିବାକୁ ହେଲେ ଜଙ୍ଗଲ ଭିତର ଦେଇ ଯିବାକୁ ପଡ଼ିବ । ତେଣୁ ଜୀବନକୁ ବିପଦରେ ପକାଇ ପିଲାଙ୍କୁ ସ୍କୁଲ ପଠାଇବାକୁ ବାପା, ମାଆ ରାଜି ହେଉନାହାନ୍ତି । ଯଦିବି କେବେ କୌଣସି ପିଲା ଅନ୍ୟ ଗାଁ ସ୍କୁଲରେ ଯାଇ ନାଁ ଲେଖାଉଛନ୍ତି କିଛି ରାସ୍ତାଘାଟ ନଥିବାରୁ ସ୍କୁଲ ଯାଇନପାରି ଘରେ ରହୁଛନ୍ତି । ପ୍ରତି ଘରର ପିଲାଏ ପାଠସାଠ ନପଢ଼ି ଖାଲି ଖେଳିବୁଲି ସମୟ କାଟୁଛନ୍ତି । ଆଉ ବାପା, ମାଆ ବି ଭାଗ୍ୟକୁ ଆଦରି ପଡ଼ିଛନ୍ତି । ଯେତେବେଳେ ନିର୍ବାଚନ ସମୟ ଆସେ ଆଶୋକପଲ୍ଲି ଗାଁର ଲୋକମାନଙ୍କର ପ୍ରଅଥମ ଦାବି ରୁହେ ର୍ଗାଷର ସ୍କୁଲ କରିବାକୁ । ହଁ ହାଁ ମାରି ଭୋଟ ହାତେଇ ନେବା ପରେ ଆଉ ଏ ଗାଁକୁ ଆସନ୍ତିନି ନେତାକ ମନ୍ତ୍ରୀ କି ସରପଞ୍ଚ ବିଡିଓ । ତେଣୁ ନିଜ ଭାଗ୍ୟକୁ ଆଦରି ରହିଛନ୍ତି ଏଠିକାର ଗା ଲୋକ ।
ଗାଁର ଏଭଳି ଅବସ୍ଥା କଥା ଜାଣିବା ପରେ ଏଠିକାର ପିଲାମାନଙ୍କୁ ପାଠ ପଢ଼ାଇବାକୁ ଅଣ୍ଟା ବଭିଡ଼ିଛନ୍ତି ବିପଦର ବନ୍ଧୁ ନାମକ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମୀମାନେ । ଖୋଲା ଆକାଶ ତଳେ ଏକ ବଡ଼ ତେନ୍ତୁଳି ଗଛ ତଳେ ଚାଲିଛି ପାଠପଢ଼ା । ପିଲାଙ୍କଠାରୁ ବୟସ୍କ ସମସ୍ତେ ଏଠାକୁ ଅସେି ପାଠ ପଢ଼ୁଛନ୍ତି । ସବୁ ସଦସ୍ୟ ପାଳି କରି ପଢ଼ାଉଛନ୍ତି । ଆଉ ଏ ଗାଁର ଜଣେ ଝିଅ ଯିଏ ଅଷ୍ଟମ ପାସ୍ କରିଛନ୍ତି କିଛି ପାରିଶ୍ରମିକ ଦେଇ ପଢାଇବା ଦାୟିତ୍ବ ବି ଦେଇଛନ୍ତି । ଗଞ୍ଜାମର ଖାଲି ଏଇ ଗୋଟିଏ ଗାଁ ନୁହେଁ ବରଂ ଝିରଝିରା ଗାଁ, ପିଲିପଦର , କୋଟିନୀଗଣ୍ଡା, ଗୋଚ୍ଛାଗୁଡ଼ା, ପୁଞ୍ଜିଆମ୍ବ, ତୋରାଣିପାଣି ପରି ଗାଁରେ ବି ସମାନ ଅବସ୍ଥା । ଶିକ୍ଷା ବ୍ୟବସ୍ଥାର ସାଂଘାତିକ ସ୍ଥିତି ।
ନବୀନ ସରକାର ୨୫ ବର୍ଷ ଶାସନ କରି ଗଲେ । ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ଶାସନକୁ ବିଜେପି ଆସିଲା । ହେଲେ ଏଠିକା ଲୋକଙ୍କ ଅବସ୍ଥା ଯାହା କୁ ସେୟା । ନିଜେ ଖଟିଲେ ଖାଇବେ । ସରକାରୀ ସୁବିଧା ସୁଯୋଗ ସବୁ ଅଶୋକପଲ୍ଲୀ ଗାଁ ଲୋକଙ୍କ ପାଇଁ ପାଣିର ଗାର ।
Follow Us