କନକ ବ୍ୟୁରୋ: ଆଗାମୀ ଆର୍ଥିକ ବର୍ଷ ପାଇଁ କାଲି ଆସିବ ରାଜ୍ୟ ବଜେଟ୍ । କିନ୍ତୁ ପୂର୍ବ ବର୍ଷ ମୁଖ୍ୟମନ୍ତ୍ରୀ ଦେଇଥିବା ଟଙ୍କା ଖର୍ଚ୍ଚ କରିପାରିନାହାନ୍ତି ବହୁ ବିଭାଗ । ସମୟ ସରି ଯାଉଥିବାରୁ ଓ ଟଙ୍କା ଖର୍ଚ୍ଚ କରିବାକୁ ତାଗିଦ ପରେ ଏବେ ତରବରିଆ ଭାବେ କାର୍ଯ୍ୟରେ ଲାଗିଛନ୍ତି । ଆବଶ୍ୟକ ଥାଉ କି ନଥାଉ, ନିମ୍ନମାନର ହେଉପଛେ, ଟଙ୍କା ଖର୍ଚ୍ଚରେ ବ୍ୟସ୍ତ ଅଧିକାରୀ ।
ଆହୁରି ପଢ଼ନ୍ତୁ: ଚିନ୍ତା ବଢ଼ାଉଛି କଟକ-ଭୁବନେଶ୍ବର ଟ୍ରାଫିକ୍
୧୦ ମାସରେ ପାରିଲେନି, ଏବେ ତରତର
ରାତିଅଧିଆ ଚାଲିଛି ରାସ୍ତା ନିର୍ମାଣ
ଭିତ୍ତିଭୂମିର ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ହୋଇଥିଲା । ବର୍ଷ ସରିବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ସବୁ ଟଙ୍କା ଖର୍ଚ୍ଚ ହୋଇପାରିନି। ଏନେଇ ଉଦବେଗ ବଢ଼ୁଥିବାବେଳେ, ଯେନତେନ ମାର୍ଚ୍ଚ ସୁଦ୍ଧା ଅର୍ଥ ସାରିବାକୁ ତତ୍ପର ହୋଇଛନ୍ତି ଅଫିସର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଜାମୁଦଲକ ପଂଚାୟତରେ ମଙ୍ଗଳପୁରଠାରୁ କୁଟାରିପଶି ପଞ୍ଚାୟତର କଙ୍କଡ଼ାପାଟକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡ଼କର ଚାଲିଛି ନିର୍ମାଣ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମରାମତି ଓ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି । ଠିକାଦାର ତରବରିଆ ଭାବେ ମେଣ୍ଟଲିଂ କାମ ସହ ପକାଉଛନ୍ତି ପିଚୁ। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ରାତି ଅଧରେ ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ଜିଲ୍ଲାର ଅନେକ ରାସ୍ତା ଖାଲଖମାରେ ଭରିଛି, ମରାମତି ହେଉନି। କିନ୍ତୁ କେନ୍ଦ୍ରାପଡା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ୧ ଅଧିନରେ ଥିବା ଶ୍ୟାମସୁନ୍ଦରପୁରରୁ କରିଲୋପାଟଣାକୁ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତା ଭଲ ଅଛି । ହେଲେ, ପିଚୁ ଉପରେ ପିଚୁ ପଡ଼ୁଛି । ଭଲ ରାସ୍ତାରେ ପିଚୁ, କାହା ସ୍ବାର୍ଥରେ ଏନେଇ କାହା ପାଖରେ ନାହିଁ ଉତ୍ତର । ଗଞ୍ଜାମର ଖଲ୍ଲିକୋଟରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବଜେଟ୍ ଟଙ୍କା ଖର୍ଚ୍ଚ କରିବା ପାଇଁ ଶେଷ ସମୟରେ ତରବରିଆ ଭାବେ ଚାଲିଛି ରାସ୍ତା ନିର୍ମାଣ । ଏହା ପଛରେ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/19/04-2026-02-19-21-56-15.jpg)