ପୁଣି ଚର୍ଚ୍ଚାରେ ଚୌଦ୍ୱାର ଜେଲ : କଏଦୀ ଫେରାର ଘଟଣାରେ ନିଲମ୍ବିତ ଚିଫ୍ ୱାର୍ଡରଙ୍କୁ ପୁନଃନିଯୁକ୍ତି !

ମଣ୍ଡଳ କାରାଗାରରୁ ୨ ବିହାରୀ କଏଦୀ ଫେରାର ହେବାକୁ ଦେଢ଼ ମାସ ପୂରିଲାଣି । ଏପର୍ଯ୍ୟନ୍ତ ଫେରାର କଏଦୀଙ୍କ ପତ୍ତା  ମିଳିନି । ହେଲେ ଘଟଣାରେ ନିଲମ୍ବିତ ଜେଲ୍ ଅଧିକାରୀଙ୍କୁ ନିଲମ୍ବନର ୧୫ ଦିନ ଭିତରେ ପୁନଃ ନିଯୁକ୍ତି ମିଳିସାରିଲାଣି ।

jail incident

jail incident Photograph: (kanak news)

କନକ ବ୍ୟୁରୋ : ଚୌଦ୍ବାର ଜେଲ୍‌ରୁ ପିଛା ଛାଡୁନି ବିବାଦ । ମଣ୍ଡଳ କାରାଗାରରୁ ୨ ବିହାରୀ କଏଦୀ ଫେରାର ହେବାକୁ ଦେଢ଼ ମାସ ପୂରିଲାଣି । ଏପର୍ଯ୍ୟନ୍ତ ଫେରାର କଏଦୀଙ୍କ ପତ୍ତା  ମିଳିନି । ହେଲେ ଘଟଣାରେ ନିଲମ୍ବିତ ଜେଲ୍ ଅଧିକାରୀଙ୍କୁ ନିଲମ୍ବନର ୧୫ ଦିନ ଭିତରେ ପୁନଃ ନିଯୁକ୍ତି ମିଳିସାରିଲାଣି । ଘଟଣାକୁ ନେଇ ପୁଣି ମୁଣ୍ଡ ଟେକିଲାଣି ବିବାଦ। ଚୌଦ୍ବାର ଜେଲରୁ କଏଦୀ ଫେରାର୍ ଘଟଣାରେ ଚିଫ୍ ୱାର୍ଡର ଭଗତ ଚରଣ ରାମଙ୍କ ସମେତ ୨ ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ନିଲମ୍ବନ ସମୟରେ ବଡ଼ମ୍ବା ଉପକାରଗାରରେ ଭଗତଙ୍କ ମୁଖ୍ୟାଳୟ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ନିଲମ୍ବନର ୧୫ ଦିନ ପରେ ତାଙ୍କୁ କେନ୍ଦ୍ରାପଡ଼ା କାରାଗାରକୁ ବଦଳି ସହ ପୁନଃନିଯୁକ୍ତି ଦିଆଯିବା  ଘଟଣାକୁ ନେଇ ବିବାଦ ଦେଖାଦେଇଛି । ଫଳରେ କଏଦୀଙ୍କ ଫେରାର ପଛରେ ଚୌଦ୍ବାର କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । 

ପ୍ରକାଶ ଥାଉ କି, ଚୌଦ୍ବାର ସର୍କଲ ଜେଲ୍‌ରୁ ଫେରାର ଦୁଇ ବିହାରୀ ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀ ହେଉଛନ୍ତି କୁଖ୍ୟାତ ପୁଲୁ ସିଂହର ଖାସ୍ ସହଯୋଗୀ ।  ନବେ ଦଶକ ପରଠାରୁ ବିହାରରେ ଆତଙ୍କ ଖେଳାଇଥିବା ପୁଲୁ ସିଂ ଗ୍ୟାଙ୍ଗ୍ ଡକାୟତି  ଓ ସୁପାରି କିଲିଂ ପାଇଁ କୁଖ୍ୟାତି ଅର୍ଜିଛି । ଗ୍ୟାଙ୍ଗ୍‌ର ଏହି ଦୁଇ ଅପରାଧୀଙ୍କୁ ନେଇ ଉଭୟ କଟକ କମିସନରେଟ୍ ପୁଲିସ ଓ ବିହାର କ୍ରାଇମବ୍ରାଞ୍ଚ ସମେତ ଏସଟିଏଫ୍ ଚିନ୍ତାରେ ପଡ଼ିଯାଇଛି ।  ଏମାନେ ଖୋଲାରେ ରହିଲେ ଦୁଇ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ପାଇଁ ବିପଦ ରହିଛି ।  ସେମାନଙ୍କୁ ପୁଣି ଥରେ ବାନ୍ଧିବାକୁ ବିହାର ଓ ଓଡ଼ିଶା ପୁଲିସ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ।

ଆହୁରି ପଢ଼ନ୍ତୁ : ଭତ୍ତା ଟଙ୍କା ପାଇଁ ଭିଲେନ୍ ସାଜିଲା ପୁଅ : ମୁଥ ମାରି ବାପାଙ୍କୁ ମାରିଦେଲା ସଇତାନ

ଦୁଇ ଫେରାର ଅପରାଧୀ ଏବେ ପଶ୍ଚିମବଙ୍ଗରେ ଲୁଚିଥିବା କୁହାଯାଉଛି । ଗତ ୩ ତାରିଖରେ ଚୌଦ୍ବାର ସର୍କଲ୍‌ ଜେଲରୁ ଫେରାର ହୋଇଥିବା କୁଖ୍ୟାତ ଅପରାଧୀ ବିହାରର ରାଜା ସାହାଣୀ ଓ ମଧୁକାନ୍ତ କୁମାର ।  ଦୁହିଁଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳୁନି । ସେମାନଙ୍କୁ କମିସନରେଟ୍  ପୁଲିସ ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇଥିବା  ବେଳେ  ଆଶ୍ରୟ ନେଇଥିବା ଠିକଣା ସମ୍ପର୍କରେ ସୂଚନା  ଦେଲେ ୫୦ ହଜାର ଟଙ୍କା ପୁରସ୍କାରରାଶି ଘୋଷଣା କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe