କନକ ବ୍ୟୁରୋ : ଚୌଦ୍ବାର ଜେଲ୍ରୁ ପିଛା ଛାଡୁନି ବିବାଦ । ମଣ୍ଡଳ କାରାଗାରରୁ ୨ ବିହାରୀ କଏଦୀ ଫେରାର ହେବାକୁ ଦେଢ଼ ମାସ ପୂରିଲାଣି । ଏପର୍ଯ୍ୟନ୍ତ ଫେରାର କଏଦୀଙ୍କ ପତ୍ତା ମିଳିନି । ହେଲେ ଘଟଣାରେ ନିଲମ୍ବିତ ଜେଲ୍ ଅଧିକାରୀଙ୍କୁ ନିଲମ୍ବନର ୧୫ ଦିନ ଭିତରେ ପୁନଃ ନିଯୁକ୍ତି ମିଳିସାରିଲାଣି । ଘଟଣାକୁ ନେଇ ପୁଣି ମୁଣ୍ଡ ଟେକିଲାଣି ବିବାଦ। ଚୌଦ୍ବାର ଜେଲରୁ କଏଦୀ ଫେରାର୍ ଘଟଣାରେ ଚିଫ୍ ୱାର୍ଡର ଭଗତ ଚରଣ ରାମଙ୍କ ସମେତ ୨ ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ନିଲମ୍ବନ ସମୟରେ ବଡ଼ମ୍ବା ଉପକାରଗାରରେ ଭଗତଙ୍କ ମୁଖ୍ୟାଳୟ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ନିଲମ୍ବନର ୧୫ ଦିନ ପରେ ତାଙ୍କୁ କେନ୍ଦ୍ରାପଡ଼ା କାରାଗାରକୁ ବଦଳି ସହ ପୁନଃନିଯୁକ୍ତି ଦିଆଯିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି । ଫଳରେ କଏଦୀଙ୍କ ଫେରାର ପଛରେ ଚୌଦ୍ବାର କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ପ୍ରକାଶ ଥାଉ କି, ଚୌଦ୍ବାର ସର୍କଲ ଜେଲ୍ରୁ ଫେରାର ଦୁଇ ବିହାରୀ ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀ ହେଉଛନ୍ତି କୁଖ୍ୟାତ ପୁଲୁ ସିଂହର ଖାସ୍ ସହଯୋଗୀ । ନବେ ଦଶକ ପରଠାରୁ ବିହାରରେ ଆତଙ୍କ ଖେଳାଇଥିବା ପୁଲୁ ସିଂ ଗ୍ୟାଙ୍ଗ୍ ଡକାୟତି ଓ ସୁପାରି କିଲିଂ ପାଇଁ କୁଖ୍ୟାତି ଅର୍ଜିଛି । ଗ୍ୟାଙ୍ଗ୍ର ଏହି ଦୁଇ ଅପରାଧୀଙ୍କୁ ନେଇ ଉଭୟ କଟକ କମିସନରେଟ୍ ପୁଲିସ ଓ ବିହାର କ୍ରାଇମବ୍ରାଞ୍ଚ ସମେତ ଏସଟିଏଫ୍ ଚିନ୍ତାରେ ପଡ଼ିଯାଇଛି । ଏମାନେ ଖୋଲାରେ ରହିଲେ ଦୁଇ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ପାଇଁ ବିପଦ ରହିଛି । ସେମାନଙ୍କୁ ପୁଣି ଥରେ ବାନ୍ଧିବାକୁ ବିହାର ଓ ଓଡ଼ିଶା ପୁଲିସ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ।
ଆହୁରି ପଢ଼ନ୍ତୁ : ଭତ୍ତା ଟଙ୍କା ପାଇଁ ଭିଲେନ୍ ସାଜିଲା ପୁଅ : ମୁଥ ମାରି ବାପାଙ୍କୁ ମାରିଦେଲା ସଇତାନ
ଦୁଇ ଫେରାର ଅପରାଧୀ ଏବେ ପଶ୍ଚିମବଙ୍ଗରେ ଲୁଚିଥିବା କୁହାଯାଉଛି । ଗତ ୩ ତାରିଖରେ ଚୌଦ୍ବାର ସର୍କଲ୍ ଜେଲରୁ ଫେରାର ହୋଇଥିବା କୁଖ୍ୟାତ ଅପରାଧୀ ବିହାରର ରାଜା ସାହାଣୀ ଓ ମଧୁକାନ୍ତ କୁମାର । ଦୁହିଁଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳୁନି । ସେମାନଙ୍କୁ କମିସନରେଟ୍ ପୁଲିସ ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇଥିବା ବେଳେ ଆଶ୍ରୟ ନେଇଥିବା ଠିକଣା ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାରରାଶି ଘୋଷଣା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/17/jail-incident-2025-11-17-15-47-33.jpg)