କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ ।  ଗଞ୍ଜାମର ତାରାତାରିଣୀ ପୀଠରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାରାତାରିଣୀ ପୀଠ ଚାଲିଛି ଗଣ ବିବାହ । ୨୦୦ରୁ ଅଧିକ କନ୍ୟାଙ୍କ ସାମୂହିକ ବିବାହ ଚାଲିଛି ।  ପ୍ରତି ବିବାହ ପାଇଁ ୬୦ ହଜାର ଟଙ୍କା  ମିଳିବ । ତେବେ ଏହି ଯୋଜନାରେ ବାଲ୍ୟ ବିବାହ ରୋକା ଯିବ ।  ଏଥିସହି ଯୌତୁକ ପ୍ରଥା ରୋକିବ ଏହି ଯୋଜନା ।  

Advertisment

ଅଧିକ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ରାୟଗଡା ଗସ୍ତ : ୫୬୧ କୋଟିର ପ୍ରକଳ୍ପ କରିବେ ଶିଳାନ୍ୟାସ

ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ଝିଅ ଓ ୨୧ରୁ ୩୫ ବର୍ଷ ପର୍ଯ୍ୟନ୍ତ ପୁଅ ସାମିଲ ହୋଇଛନ୍ତି । ୬୦ ହଜାର ଟଙ୍କା ଲେଖାଏଁ ଲାଭାର୍ଥୀଙ୍କୁ ଦିଆଯିବ। ମା’ ତାରାତାରିଣୀ ପୀଠରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।