କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିନିକିଆ ରାୟଗଡା ଗସ୍ତରେ ଆସିବେ । ଦିନ ସାଢେ ୧୧ଟାରେ ଜି.ଆଇ.ଏସ.ଆର. ପାଖରେ ଥିବା ଯେସ୍କ ପଡ଼ିଆ ଠାରେ ପହଞ୍ଚିବେ । ପ୍ରଥମେ ୧୦୮ କୁଣ୍ଡିଅ ବୈଦିକ ବିଶ୍ବଶାନ୍ତି ମହାଯଜ୍ଞରେ ଯୋଗଦେଇ ପୂର୍ଣ୍ଣାହୂତି ଦେବେ । ପରେ ଜିଲ୍ଲା ନାରୀଶକ୍ତିର ସଶକ୍ତ ପ୍ରଦର୍ଶନ ସୁଭଦ୍ରା ଶକ୍ତି ମେଳାର ଉଦ୍ଘାଟନ କରିବେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିବେ ।
ଅଧିକ ପଢନ୍ତୁ : ଚାଷୀଙ୍କୁ ଆଶ୍ବସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: କହିଲେ, ହତାଶ ହୁଅନ୍ତୁନି କିଣାଯିବ ସବୁ ଧାନ
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୩୪୦ କୋଟି ଉର୍ଦ୍ଧ୍ୱ ମୂଲ୍ୟର ୬୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୨୧ କୋଟି ଉର୍ଦ୍ଧ୍ୱ ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ । ଏହା ଜିଲ୍ଲାର ବିକାଶ ଓ ନୂତନ ଦିଗଦର୍ଶନ ପ୍ରଦାନ କରିବ । ଉକ୍ତ ସୁଭଦ୍ରା ଶକ୍ତି ମେଳା ୨ ଫେବ୍ରୁଆରୀରୁ ୮ ଫେବ୍ରୁଆରୀ ୨୦୨୬ ପର୍ୟ୍ୟନ୍ତ ଚାଲିବ ଏବଂ ସ୍ୱୟଂ ସହାୟକ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସମ୍ମାନିତ କରାଯିବ । ଏହି ମେଳାରେ ୧୨୦ଟି ଷ୍ଟଲ୍ ସ୍ଥାପିତ ହୋଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଓ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍ କୁମାର ମୂଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/mohan-charan-majhi-2026-02-02-07-56-42.jpeg)