କନକ ବ୍ୟୁରୋ: ନୂଆପଡ଼ା ସୁନାବେଡ଼ାରେ ପ୍ରଚାର ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେଡି ଓ ନବୀନଙ୍କ ପାଇଁ ସୁନାବେଡ଼ା ପଛୁଆ ହୋଇ ରହିଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୪ ବର୍ଷ ବିଜେଡି କ୍ଷମତାରେ ରହି ବି ସୁନାବେଡ଼ାର କାହିଁକି ବିକାଶ କରିପାରିଲାନି ବୋଲି ପ୍ରଶ୍ନ କରିବା ସହ କହିଛନ୍ତି- ନବୀନ ବାବୁ ଓଡ଼ିଆ ଶିଖି ପାରିଲେ ନାହିଁ, ସେ ଆଦିବାସୀ କଥା କେମିତି ବୁଝିବେ । 

Advertisment

ନୂଆପଡାରେ ରୋଚକ ହେଉଛି ରାଜନୀତି; କଂଗ୍ରେସ ଅଫିସରେ ଅଚାନକ ଚଢାଉ

ମୁଁ ଆଦିବାସୀ, ଆଦିବାସୀଙ୍କ କଥା ବୁଝି ପାରିବି, ସମସ୍ୟାର ସମାଧାନ କରିବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ସୁନାବେଡ଼ାକୁ କେବେ ଆସି ନାହାନ୍ତି । ୧୪ ତାରିଖ ପରେ ଆପଣ ଆଉ କାହାକୁ ଦେଖି ପାରିବେ ନାହିଁ । କେବଳ ଜୟ ଢୋଲକିଆ ଓ ମୋହନ ମାଝୀଙ୍କୁ ଦେଖିବେ ଏବଂ ଆପଣଙ୍କ ପାଖକୁ ଆସିବେ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।