Mahanadi River : ବିବାଦ ଭିତରେ ମହାନଦୀ ଗେଟ୍‌ ଖୋଲିଲା ଛତିଶଗଡ଼

Advertisment

ଛତିଶଗଡରେ ଥିବା ଏକ ଘରୋଇ କମ୍ପାନିକୁ ପାଣି ଯୋଗାଇବା ପାଇଁ ଛତିଶଗଡ଼ ସରକାର ପକ୍ଷରୁ ଏହି ବନ୍ଧ ତିଆରି କରାଯାଇଥିବା ସୂଚନା ମିଳିଛି । ତେବେ କିଛି ଦିନ ତଳେ କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍ ବନ୍ଦ ଥିବା ବେଳେ ଆଜି ଦୁଇଟି ଗେଟ୍ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା

ଛତିଶଗଡରେ ଥିବା ଏକ ଘରୋଇ କମ୍ପାନିକୁ ପାଣି ଯୋଗାଇବା ପାଇଁ ଛତିଶଗଡ଼ ସରକାର ପକ୍ଷରୁ ଏହି ବନ୍ଧ ତିଆରି କରାଯାଇଥିବା ସୂଚନା ମିଳିଛି । ତେବେ କିଛି ଦିନ ତଳେ କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍ ବନ୍ଦ ଥିବା ବେଳେ ଆଜି ଦୁଇଟି ଗେଟ୍ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା

Mahanadi River

Mahanadi River Photograph: (Kanak News)

କନକ ବ୍ୟୁରୋ: ମହାନଦୀକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି କଲମା ବ୍ୟାରେଜରୁ ଦୁଇଟି ଗେଟ୍ ଖୋଲାଯାଇଛି । କଲମା ବ୍ୟାରେଜରୁ ଛତିଶଗଡ ସରକାର ପାଣି ନ ଛାଡ଼ିବାକୁ ଆଗରୁ ମସୁଧା କରିଥିବା ବେଳେ ଆଜି ଗେଟ୍ ଖୋଲିଛନ୍ତି । କିଛିଦିନ ତଳେ କନକ ନ୍ୟୁଜରେ କଲମା ବ୍ୟାରେଜ୍‌ରେ ତଳ ମୁଣ୍ଡରେ କିପରି ଛତିଶଗଡ ସରକାର ବାଲିବନ୍ଧ ତିଆରି କରୁଛି,  ସେ ନେଇ ଖବର ପ୍ରସାରଣ କରିଥିବା ବେଳେ ଛତିଶଗଡ ସରକାର ବାଲିବନ୍ଧ ସମ୍ପୂର୍ଣ୍ଣ ରୂପରେ ତିଆରି କରିଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ : ମହାନଦୀରୁ ପାଣି ଶୋଷିବାକୁ ଷଡଯନ୍ତ୍ର : ବେଆଇନ ଭାବେ କରାଯାଉଛି ବ୍ଲାଷ୍ଟିଂ

ଛତିଶଗଡରେ ଥିବା ଏକ ଘରୋଇ କମ୍ପାନିକୁ ପାଣି ଯୋଗାଇବା ପାଇଁ ଛତିଶଗଡ଼ ସରକାର ପକ୍ଷରୁ ଏହି ବନ୍ଧ ତିଆରି କରାଯାଇଥିବା ସୂଚନା ମିଳିଛି । ତେବେ କିଛି ଦିନ ତଳେ କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍ ବନ୍ଦ ଥିବା ବେଳେ ଆଜି ଦୁଇଟି ଗେଟ୍ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । ସେପଟେ, ମହାନଦୀରୁ ପାଣି ଚୋରି ଖବର କିଛିଦିନ ତଳେ ସାମନାକୁ ଆସିଥିଲା । ବେଆଇନ ବିସ୍ଫୋରଣ କରି କମ୍ପାନି ମାଟି ଓ ପଥର ଫଟାଇ ମହାନଦୀରୁ ପାଣି ଶୋଷିବାକୁ ଷଡ୍‌ଯନ୍ତ୍ର କରୁଥିଲା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍‌ ଦେଓଗାଁରେ ନିର୍ମାଣାଧୀନ ଇଥାନଲ୍ କାରଖାନା ବିରୋଧରେ । ବାରମ୍ୱାର ଅଭିଯୋଗ ପରେ ବି ପୁଲିସ କିମ୍ୱା ପ୍ରଶାସନର ନିଦ ଭାଙ୍ଗୁନଥିବା କହିଛନ୍ତି ସ୍ଥାନୀୟ ଲୋକେ । 


ଛିଟିକି ପଡ଼ିଥିଲା ବଡ଼ ବଡ଼ ପଥର ଖଣ୍ଡ । ଦିନ ହେଉ କି ରାତି, ଥରି ଉଠୁଥିଲା ପୂରା ଅଞ୍ଚଳ ।  ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ଦେଓଗାଁରେ ପ୍ରିମିୟର ଗ୍ରିନ ଇନୋଭେସନ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ବାରା ନିର୍ମାଣଧୀନ ଇଥାନାଲ ପ୍ଲାଣ୍ଟକୁ ନେଇ ତେଜିଛି ଅସନ୍ତୋଷ । କମ୍ପାନିକୁ ପାଣି ନେବାକୁ ମହାନଦୀରେ ଇନଟେକ୍ ୱେଲ୍ ନିର୍ମାଣ କରୁଥିଲା କମ୍ପାନି । ଯେଉଁଥିପାଇଁ ମହାଦନୀରେ ଡିନାମାଇଟ୍ ଲଗାଇ ବିସ୍ଫୋରଣ କରାଯାଉଥିବା ଅଭିଯୋଗ ହୋଇଛି । ବିସ୍ଫୋରକ ଖଞ୍ଜି ପାଣି ଚୋରି ପାଇଁ କରାଯାଉଥିଲା ବ୍ଲାଷ୍ଟିଂ । ଏନେଇ ଧମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦେଓଗାଁବାସୀ ।   ବେଆଇନ ବ୍ଲାଷ୍ଟିଂ ଓ ନିର୍ମାଣ କାମ ବନ୍ଦ ନକଲେ ସ୍ଥିତି ସାଂଘାତିକ ହେବ ବୋଲି ଦେଇଛନ୍ତି ଚେତାବନୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe