କନକ ବ୍ୟୁରୋ: ମହାନଦୀକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି କଲମା ବ୍ୟାରେଜରୁ ଦୁଇଟି ଗେଟ୍ ଖୋଲାଯାଇଛି । କଲମା ବ୍ୟାରେଜରୁ ଛତିଶଗଡ ସରକାର ପାଣି ନ ଛାଡ଼ିବାକୁ ଆଗରୁ ମସୁଧା କରିଥିବା ବେଳେ ଆଜି ଗେଟ୍ ଖୋଲିଛନ୍ତି । କିଛିଦିନ ତଳେ କନକ ନ୍ୟୁଜରେ କଲମା ବ୍ୟାରେଜ୍ରେ ତଳ ମୁଣ୍ଡରେ କିପରି ଛତିଶଗଡ ସରକାର ବାଲିବନ୍ଧ ତିଆରି କରୁଛି, ସେ ନେଇ ଖବର ପ୍ରସାରଣ କରିଥିବା ବେଳେ ଛତିଶଗଡ ସରକାର ବାଲିବନ୍ଧ ସମ୍ପୂର୍ଣ୍ଣ ରୂପରେ ତିଆରି କରିଥିବା ଦେଖିବାକୁ ମିଳିଛି ।
ଆହୁରି ପଢ଼ନ୍ତୁ : ମହାନଦୀରୁ ପାଣି ଶୋଷିବାକୁ ଷଡଯନ୍ତ୍ର : ବେଆଇନ ଭାବେ କରାଯାଉଛି ବ୍ଲାଷ୍ଟିଂ
ଛତିଶଗଡରେ ଥିବା ଏକ ଘରୋଇ କମ୍ପାନିକୁ ପାଣି ଯୋଗାଇବା ପାଇଁ ଛତିଶଗଡ଼ ସରକାର ପକ୍ଷରୁ ଏହି ବନ୍ଧ ତିଆରି କରାଯାଇଥିବା ସୂଚନା ମିଳିଛି । ତେବେ କିଛି ଦିନ ତଳେ କଲମା ବ୍ୟାରେଜ୍ର ସମସ୍ତ ଗେଟ୍ ବନ୍ଦ ଥିବା ବେଳେ ଆଜି ଦୁଇଟି ଗେଟ୍ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । ସେପଟେ, ମହାନଦୀରୁ ପାଣି ଚୋରି ଖବର କିଛିଦିନ ତଳେ ସାମନାକୁ ଆସିଥିଲା । ବେଆଇନ ବିସ୍ଫୋରଣ କରି କମ୍ପାନି ମାଟି ଓ ପଥର ଫଟାଇ ମହାନଦୀରୁ ପାଣି ଶୋଷିବାକୁ ଷଡ୍ଯନ୍ତ୍ର କରୁଥିଲା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ଦେଓଗାଁରେ ନିର୍ମାଣାଧୀନ ଇଥାନଲ୍ କାରଖାନା ବିରୋଧରେ । ବାରମ୍ୱାର ଅଭିଯୋଗ ପରେ ବି ପୁଲିସ କିମ୍ୱା ପ୍ରଶାସନର ନିଦ ଭାଙ୍ଗୁନଥିବା କହିଛନ୍ତି ସ୍ଥାନୀୟ ଲୋକେ ।
ଛିଟିକି ପଡ଼ିଥିଲା ବଡ଼ ବଡ଼ ପଥର ଖଣ୍ଡ । ଦିନ ହେଉ କି ରାତି, ଥରି ଉଠୁଥିଲା ପୂରା ଅଞ୍ଚଳ । ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକର ଦେଓଗାଁରେ ପ୍ରିମିୟର ଗ୍ରିନ ଇନୋଭେସନ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ନିର୍ମାଣଧୀନ ଇଥାନାଲ ପ୍ଲାଣ୍ଟକୁ ନେଇ ତେଜିଛି ଅସନ୍ତୋଷ । କମ୍ପାନିକୁ ପାଣି ନେବାକୁ ମହାନଦୀରେ ଇନଟେକ୍ ୱେଲ୍ ନିର୍ମାଣ କରୁଥିଲା କମ୍ପାନି । ଯେଉଁଥିପାଇଁ ମହାଦନୀରେ ଡିନାମାଇଟ୍ ଲଗାଇ ବିସ୍ଫୋରଣ କରାଯାଉଥିବା ଅଭିଯୋଗ ହୋଇଛି । ବିସ୍ଫୋରକ ଖଞ୍ଜି ପାଣି ଚୋରି ପାଇଁ କରାଯାଉଥିଲା ବ୍ଲାଷ୍ଟିଂ । ଏନେଇ ଧମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦେଓଗାଁବାସୀ । ବେଆଇନ ବ୍ଲାଷ୍ଟିଂ ଓ ନିର୍ମାଣ କାମ ବନ୍ଦ ନକଲେ ସ୍ଥିତି ସାଂଘାତିକ ହେବ ବୋଲି ଦେଇଛନ୍ତି ଚେତାବନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/03/mahanadi-river-2026-01-03-17-55-32.jpg)