କନକ ବ୍ୟୁରୋ : ମହାନଦୀ ଉପରେ କଲମା ବ୍ୟାରେଜ ତଳକୁ ଛତିଶଗଡ ବାଲି ବନ୍ଧ ବାନ୍ଧି ପାଣି ଅଟକାଉଛି । ଯେଉଁ ଧାରେ ପାଣି ଆସୁଥିଲା ତାକୁ ରୋକି ଘରୋଇ କମ୍ପାନୀକୁ ଦେବା ପାଇଁ ଷଡଯନ୍ତ୍ର କରିଛି । ଏନେଇ ସମ୍ବାଦ ଓ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ବି ଓଡ଼ିଶା ସରକାର ଚୁପ୍। ଅନ୍ୟପଟେ ଛତିଶଗଡ ଯାଇ ଲଢ଼େଇ ଆରମ୍ଭ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । 

Advertisment

ସରକାର ବୈଠକରେ ସୀମିତ ଥିବାବେଳେ ଆକ୍ସନ ମୋଡକୁ ଆସିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ସଂଗଠନ । ଛତିଶଗଡ଼କୁ ଯାଇ ବେଆଇନ କଲମା ବ୍ୟାରେଜ ନିକଟରେ ବିକ୍ଷୋଭ କରିବା ସହ ପ୍ରତୀକାତ୍ମକ ଭାବେ ବାଲି ବନ୍ଧ ଭାଙ୍ଗିଛନ୍ତି ସଂଗଠନର ସଦସ୍ୟ । ମହାନଦୀ ଉପରେ ଛତିଶଗଡ଼ ସରକାର ବେଆଇନ ବାଲିବନ୍ଧକୁ ବିରୋଧ କରି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହତାଶ ହେବା ପରେ ଏଭଳି ଚରମ ନିଷ୍ପତି ନେଇଛନ୍ତି। ତୁରନ୍ତ ବାଲିବନ୍ଧ ହଟାଇବାକୁ ଦାବି କରିଛନ୍ତି। ବିକ୍ଷୋଭରେ ସାମିଲ ହୋଇଛନ୍ତି ସୀମାନ୍ତ ଅଂଚଳର ଲୋକ। ଅନ୍ୟପଟେ ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇ କହିଛନ୍ତି, ଆନ୍ତଃରାଜ୍ୟ ବିବାଦ ସମାଧାନ ପାଇଁ ସମ୍ବିଧାନରେ ଯେଉଁ ଫୋରମ୍‌ ରହିଛି ଆଇନ ଓ ସମ୍ବିଧାନର ଗଣ୍ଡିରେ କାର୍ଯ୍ୟ  କରନ୍ତୁ ପରାମର୍ଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। 

ଅଧିକ ପଢ଼ନ୍ତୁ : ପାଣିକୁ ନେଇ ବିବାଦ ଭିତରେ ଛତିଶଗଡ ଯିବେ ଓଡ଼ିଶା ପ୍ରତିନିଧି ଦଳ,  ମହାନଦୀର ଉପରମୁଣ୍ଡରେ କରିବେ କ୍ଷେତ୍ର ପରିଦର୍ଶନ

ମହାନଦୀ ଜଳ ବିବାଦର ସମାଧାନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି  ବିରୋଧୀ । ଅଭିଯୋଗ କରିଛନ୍ତି ଯେ ମହାନଦୀ ଜଳ ବିବାଦକୁ ନେଇ ସରକାର କିଛି ପଦକ୍ଷେପ ନେଲେ ନାହିଁ କ୍ଷ ଲୋକେ ଧୀରେ ଧୀରେ ତାତିଲେଣି କ୍ଷ ମହାନଦୀ ସମସ୍ୟାର ସମାଧାନ ନକଲେ ଆଗକୁ ଜୋରଦାର ଲଢେଇ ହେବ କ୍ଷ କଂଗ୍ରେସ କହିଛି, ବିଜେପି ସରକାର ଆସିବା ପରେ ଛତିଶଗଡ଼ ଓଡ଼ିଶାକୁ ବାଲିବନ୍ଧ କରି ପାଣି ଅଟକାଇଛି କ୍ଷ ଆଗକୁ ଲୋକେ ଏହା ବିରୋଧରେ ଜୋରଦାର ଲଢ଼େଇ କରିବାକୁ ପ୍ରସ୍ତୁତ ହେଲେଣି କ୍ଷ ବାଲି ବନ୍ଧ ଭାଙ୍ଗିବା ଏହାର ଏକ ପ୍ରତିଫଳନ ।   

ଆଗକୁ ଓଡ଼ିଶା ସରକାରଙ୍କ ଏକ ସ୍ବତନ୍ତ୍ର ଟିମ୍ ଛତିଶଗଡ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରତିନିଧିମାନେ କ୍ଷେତ୍ର ପରିଦର୍ଶନ କରିବା ସହ ଛତିଶଗଡ ସରକାରଙ୍କ ସହ ମୁହାମୁହିଁ ଆଲୋଚନା କରିବେ। ତେବେ ସମସ୍ୟାର ସମାଧାନର ବାଟ ବାହାରୁଚି କି ନାହିଁ ତା ଉପରେ ନଜର।