କନକ ବ୍ୟୁରୋ:  ଏଥର ଗୋଟିଏ ଟେବୁଲରେ ବସିବେ ଓଡିଶା- ଛତିଶଗଡ଼ । ମହାନଦୀକୁ ନେଇ ସାମ୍ନା ସାମ୍ନି କରିବେ ଆଲୋଚନା । ଖୁବଶୀଘ୍ର ଏକ ଟିମ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବ । ହେଲେ ପ୍ରଶ୍ନ ଉଠୁଛି ଓଡିଶା କେଉଁ ପଏଣ୍ଟରେ ଆଲୋଚନା କରିବ ।
 
ମହାନଦୀ ଜଳ ବିବାଦକୁ ନେଇ ଓଡିଶା- ଛତିଶଗଡ ସାମ୍ନା ସାମ୍ନି କରିବେ ଆଲୋଚନା । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ଟିମ୍ ଖୁବଶୀଘ୍ର ଛତିଶଗଡ଼ରେ ମହାନଦୀ  କ୍ଷେତ୍ର ପରିଦର୍ଶନ କରିବେ। ଏଥି ସହିତ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା କରିବେ। ସୂଚନା ଅନୁସାରେ ଜାନୁଆରି  ୨୯ ଓ ୩୦ ତାରିଖରେ ଯାଇପାରନ୍ତି ଓଡ଼ିଶାର ଉଚ୍ଚସ୍ତରୀୟ ଟିମ୍ ।

Advertisment

ଅଧିକ ପଢନ୍ତୁ:  ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା; ଏପ୍ରିଲରେ ସରୁଛି କାର୍ଯ୍ୟକାଳ, ଆଗକୁ ବଢ଼ାଇବାକୁ କେନ୍ଦ୍ରକୁ ଲିଖିତ ଭାବେ ଜଣାଇନାହାନ୍ତି ରାଜ୍ୟ ସରକାର

ମହାନଦୀ ଜଳ ବିବାଦକୁ ନେଇ ଓଡିଶାର ଟିମ ଛତିଶଗଡ଼ ସରକାରଙ୍କ ସହ କେଉଁ ବିନ୍ଦୁ ଉପରେ କରିବେ ଆଲୋଚନା?
ମହାନଦୀ ଜଳ ବିବାଦ: କ’ଣ ହେବ ଆଲୋଚନା  
୧- ବେଆଇନ ଭାବେ ଛତିଶଗଡ଼ ନିର୍ମାଣ କରିଥିବା ବ୍ୟାରେଜ୍ ଓ ଚେକ୍‌ଗେଟ୍ ଭାଙ୍ଗିବ କି? 
୨.କଲମା ବ୍ୟାରେଜ୍ ତଳେ ନିର୍ମାଣ ହୋଇଥିବା ବାଲିବନ୍ଧ ହଟାଇବାକୁ ଦାବି ରହିବ
୩. ଅଣମୌସୁମୀ ସମୟରେ ହୀରାକୁଦ ଓ ଓଡ଼ିଶା ପାଇଁ ଯେତିକି ପାଣି ଆବଶ୍ୟକ ସେତିକି ପାଣି ଛାଡ଼ିବା ପ୍ରସଙ୍ଗ 
୪. ଖରାଦିନେ ବନ୍ଦ ଥିବା ବ୍ୟାରେଜ୍ ଓ ଗେଟ୍ ଖୋଲିବା ପାଇଁ ଅନୁରୋଧ 
୫.ମୌସୁମୀ ବା ବର୍ଷାଦିନେ ଅଧିକ ଗେଟ୍ ଖୋଲୁଥିବାରୁ ଓଡ଼ିଶାରେ ବନ୍ୟା ସହିତ ହୀରାକୁଦ ଉପରେ ପ୍ରଭାବ ପଡୁଛି
୬. ଜଳ ବଣ୍ଟନ ନେଇ ହେବ କି ବୁଝାମଣା?  

  ଏସବୁ ଭିତରେ ଆସନ୍ତା ମାର୍ଚରେ ସରୁଛି ଟ୍ରିବ୍ୟୁନାଲ କାର୍ଯ୍ୟକାଳ । ଏଭଳି ସମୟରେ ଓଡ଼ିଶା ଜନ ପ୍ରିତିନିଧିଙ୍କ ଛତିଶଗଡ ଗସ୍ତ ବେଶ୍ ଗୁରୁତ୍ବ ରଖୁଛି।