Choudwar jail Photograph: (KanakNews)
କନକ ବ୍ୟୁରୋ: ଚୌଦ୍ବାର ଜେଲ କଳି । ଜେଲର-ସପୁରଟେଣ୍ଡ ମୁହାଁମୁହିଁ । ଜେଲରଙ୍କ ଅଭିଯୋଗ ଅଭିଯୋଗ ପାଲଟା ଅଭିଯୋଗ କଲେ ସୁପରିଟେଣ୍ଟ । ଜେଲରୁ ଦୁଇ ଦୁର୍ଦ୍ଦାନ୍ତ କଏଦି ଚଂପଟ ମାରିବା ଘଟଣାରେ ନୂଆ ମୋଡ଼ ନେଇଛି । ଚୌଦ୍ଵାର ଜେଲ୍ ଅଧିକ୍ଷକ ସୁଜିତ କୁମାର ରାଉଳ, ପୂର୍ବତନ ଜେଲର ସନ୍ତୋସିନୀ ଦାସଙ୍କ ବିରୋଧରେ ଚୌଦ୍ଵାର ଥାନାରେ ଆଜି ପାଲଟା ଏତଲା ଦେଇଛନ୍ତି । ଏତଲାରେ ପୂର୍ବତନ ଜେଲର ତଥା କଣ୍ଟାବାଞ୍ଜି ଜେଲର ବର୍ତ୍ତମାନ ଜେଲର ସନ୍ତୋଷିନୀ ଦାସ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି କହିଛନ୍ତି । ସରକାରୀ ରେକର୍ଡରେ ଜାଲିୟାତି ହୋଇନାହିଁ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ: କଟକ ଚୌଦ୍ବାର ଜେଲ୍ରେ ଚଢ଼ାଉ : ଜେଲ୍ ସ୍ଥିତି ଦେଖିବାକୁ ହଠାତ୍ ପହଞ୍ଚିଲେ କଟକ ଡିସିପି, ଅତିରିକ୍ତ ଏସ୍ପି ଓ ଜିଲ୍ଲା ଜଜ୍
ପୁଲିସ ତଦନ୍ତ କରୁଛି, ସତ ସାମ୍ନାକୁ ଆସିବ ବୋଲି ଅଧିକ୍ଷକ ରାଉଳ ପ୍ରତିକ୍ରିୟା ରଖିଛନ୍ତି । ସୂଚନା ଯୋଗ୍ୟ ଦିନକ ତଳେ, ସନ୍ତୋଶିନି ଦାସ ଚୌଦ୍ୱାର ଥାନା ଅଧିକ୍ଷକ ବିରୋଧରେ ଚୌଦ୍ଵାର ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି । ସେଥିରେ ସେ ଚୌଦ୍ଵାର ଜେଲ୍ ଅଧିକ୍ଷକ ସୁଜିତ୍ ରାଉଳ, ଜେଲ୍ ସରକାରୀ କାଗଜପତ୍ର ଜାଲିଆତି କରୁଥିବା, ଡ୍ୟୁଟିରେ ନଥିବ ବେଳେ ଡ୍ୟୁଟି କରୁଥିବା ଦର୍ଶାଇଥିବା ଅଭିଯୋଗ କରିଥିଲେ ।
Follow Us