ଫୁଲଚାଷ କରି ମାଲାମାଲ,  ବି.କମ୍‌ ପାସ୍‌ ପରେ ଗେଣ୍ଡୁଫୁଲ ଚାଷ କରୁଛନ୍ତି ରାୟଗଡ଼ାର ଚନ୍ଦ୍ରା ରମେଶ

Advertisment

ପ୍ରତିଦିନ ତୋଳା ହେଉଛି ୧୫୦ କେଜି ଫୁଲ । ୫୦ ପରିବାର ହେଉଛନ୍ତି ଉପକୃତ ।

ପ୍ରତିଦିନ ତୋଳା ହେଉଛି ୧୫୦ କେଜି ଫୁଲ । ୫୦ ପରିବାର ହେଉଛନ୍ତି ଉପକୃତ ।

marigold flower

marigold flower Photograph: (KanakNews)

କନକ ବ୍ୟୁରୋ;  ପୂଜା ପାର୍ବଣ ହେଉକି ବାହାଘର ଓ ବ୍ରତ ଘର, ସବୁ କାମରେ ଫୁଲର ଆବଶ୍ୟକତା ରହିଛି । ଆଉ ତା ଭିତରେ ଗେଣ୍ଡୁଫୁଲର ଚାହିଦା ବେଶ ଅଧିକ । ଏହି ଫୁଲ ପାଇଁ ପୂର୍ବରୁ ଆନ୍ଧ୍ର ଓ ବ୍ରହ୍ମପୁର ଉପରେ ନିର୍ଭର କରୁଥିଲେ ରାୟଗଡ଼ା ବ୍ୟବସାୟୀ ।ଏବେ ଜିଲ୍ଲା ଭିତରେ ଉତ୍ପାଦନ ହେଉଥିବା ଫୁଲ ଆବଶ୍ୟକତା ମେଣ୍ଟାଉଛି । ଆନ୍ଧ୍ର, ବ୍ରହ୍ମପୁର, ନବରଙ୍ଗପୁର ଓ ରାଜମେନ୍ଦ୍ରିରେ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରି ଲାଭବାନ ହୋଇଛନ୍ତି ଯୁବଚାଷୀ ଚନ୍ଦ୍ରା ରମେଶ । କେବଳ ସେତିକି ନୁହେଁ ସେ ନିଜେ ଲାଭବାନ ହେବାସହ ୫୦ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି । ତାଙ୍କ ପାଖରେ କାମ କରି ବେଶ୍ ଖୁସିଥିବା କହିଛନ୍ତି କର୍ମଚାରୀ । ୫୦ ଜଣଙ୍କ ମଧ୍ୟରୁ ୧୦ ଜଣ ହଉଛନ୍ତି ସୂଦୂର ଆନ୍ଧ୍ର, କେରଳ, ନବରଙ୍ଗପୁର, ବ୍ରହ୍ମପୁର ଓ ଇନ୍ଦ୍ରାବତି ଅଚଂଳର ।

ଅଧିକ ପଢନ୍ତୁ : ଲକ୍ଷପତି କରିଛି ଗେଣ୍ଡୁଫୁଲ । ଗାଁ ମହିଳାଙ୍କୁ କରିଛି ଆତ୍ମନିର୍ଭର ।

ବିକମ୍‌ ପାସ୍‌ କରିବା ପରେ ଚାକିରି କରିବା ଅପେକ୍ଷା ପୂର୍ବରୁ ବାପାଙ୍କର ଥିବା ନର୍ସରୀକୁ ବଢ଼ାଇଥିଲେ। ପାଖାପାଖି ୪୦ ଏକର ଜମି ଲିଜ୍ ନେଇ ବିଭିନ୍ନ ପରିବା ସହ ୪ ଏକର ଜମିରେ କେବଳ ଗେଣ୍ଡୁଫୁଲ ଚାଷ କରିଛନ୍ତି । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ୩ ଏକର ଜମିରୁ ପ୍ରତିଦିନ ୧୫୦ କେଜି ଓଜନର ଫୁଲ ବାହାରୁଛି । କେଜି ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଏକର ପିଛା ୬୦ ହଜାର ଟଙ୍କା ମିଳୁଥିବା ବେଳେ ୩ ଏକରରୁ ପାଖାପାଖି ୨ ଲକ୍ଷ ଟଙ୍କା ମିଳୁଛି ବୋଲି କହିଛନ୍ତି ଯୁବଚାଷୀ । ବର୍ତମାନ ଫୁଲ ସିଜିନ ହୋଇଥିବା ବେଳେ ଏହି ଫୁଲର ଚାହିଦା ରହିଥିବା କହିଛନ୍ତି ଯୁବଚାଷୀ ଚନ୍ଦ୍ରା ରମେଶ।   ଚାକିରି ପଛରେ ପଡ଼ି ସମୟ ନଷ୍ଟ କରିବା ଅପେକ୍ଷା ଫୁଲ ଚାଷ କରି ସଫଳତା ପାଇଛନ୍ତି ରମେଶ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe