କନକ ବ୍ୟୁରୋ : ଧାନ ବିକିଲେ ଓଡ଼ିଶାରେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ମିଳୁଛି ୮୦୦ ଟଙ୍କାର ଅତିରିକ୍ତ ଇନପୁଟ୍ ସହାୟତା । କେବଳ ଓଡ଼ିଶା ନୁହେଁ କିଛି ରାଜ୍ୟର ଚାଷୀ ମଧ୍ୟ ଅତିରିକ୍ତ ଇନପୁଟ୍ ସହାୟତାର ଲାଭାର୍ଥୀ । ହେଲେ କେନ୍ଦ୍ରର ରାଡାରରେ ଆସିଛି ରାଜ୍ୟ ଦେଉଥିବା ଅତିରିକ୍ତ ଇନପୁଟ୍ ସହାୟତା । ଧାନ ଓ ଗହମରେ ମିଳୁଥିବା ଏହି ସହାୟତା ଅନ୍ୟ ଚାଷକୁ ଭୟଙ୍କର ଭାବେ ପ୍ରଭାବିତ କରୁଥିବାର ଜାଣିବା ପରେ କେନ୍ଦ୍ରର ଚିଠି ଚାଷୀଙ୍କ ଚିନ୍ତା ବଢାଇଛି ।
ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଧାନ ଉପରେ ୮୦୦ ଟଙ୍କାର ଇନପୁଟ୍ ସହାୟତା ଘୋଷଣା କରି ଚାଷୀକୂଳକୁ ଖୁସି କରି ଦେଇଥିଲେ । ଯାହାର ପ୍ରଭାବ ଚାଷ ଜମିରେ ଦେଖିବାକୁ ମିଳିଥିଲା । ୮୦୦ ଟଙ୍କା ପାଇଁ ବର୍ଷକରେ ଧାନ ଚାଷ ୨୦ ଲକ୍ଷ ମେଟ୍ରିକ ଟନ୍ ଅଧିକ ବୃଦ୍ଧି ପାଇଥିଲା । ସେହିଭଳି ଉତ୍ପାଦନ ସଙ୍କଟ ଦୂର କରିବାକୁ ଏମ୍ଏସ୍ପି ବାଦ୍ ଧାନ ଓ ଗହମ ଉପରେ ଚାଷୀଙ୍କୁ କେରଳ ଦେଉଥିଲା ଅତିରିକ୍ତ ସହାୟତା । ଅନ୍ୟ କିଛି ରାଜ୍ୟ ମଧ୍ୟ ସମାନ ପନ୍ଥା ଆପଣାଇଥିଲେ । ହେଲେ ଏବେ ଏହାର ତର୍ଜମା କରି ଧାନ ଓ ଗହମ ଉପରେ ଅତିରିକ୍ତ ସହାୟତା ରାଶି ବନ୍ଦ ପାଇଁ ପଦକ୍ଷେପ ନେବାକୁ କେରଳ ସରକାରକୁ ଚିଠି କରିଛି କେନ୍ଦ୍ର । କେରଳକୁ କେନ୍ଦ୍ର ଲେଖିଥିବା ଏହି ଚିଠି ଓଡ଼ିଶା ଚାଷୀଙ୍କ ଚିନ୍ତା ବଢାଇଦେଇଛି ।
ଅଧିକ ପଢ଼ନ୍ତୁ : ଟୋକନ ବିଭ୍ରାଟରେ ଚାଷୀ ଅସନ୍ତୋଷ : କିଛି ଚାଷୀଙ୍କୁ ମିଳିନି ଟୋକନ, ମଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନ କିଣା
ଅତିରିକ୍ତ ସହାୟତା ପାଇଁ ଧାନ ଓ ଗହମ ଚାଷ ଅହେତୁକ ଭାବେ ବୃଦ୍ଧି ପାଉଛି । ଅନ୍ୟ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ଡାଲି, ଶସ୍ୟ, ମିଲେଟ୍ ଓ ପନିପରିବା ଚାଷ ହ୍ରାସ ପାଉଛି । ତେଣୁ ବିବିଧ ଚାଷକୁ ପୋତ୍ସାହିତ କରିବାକୁ କେନ୍ଦ୍ର ଏଭଳି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି । ଅନ୍ୟପଟେ ବିବିଧ ଚାଷକୁ ଆପଣାଇ ଓଡ଼ିଶାର ଚାଷୀ କ୍ଷତି ସହୁଛନ୍ତି । ତେଣୁ କେନ୍ଦ୍ର ରଖୁଥିବା ଏହି ଫର୍ମୁଲା ଆପଣାଇ କେମିତି ଲାଭବାନ ହେବେ ଓଡ଼ିଶାର ଚାଷୀ ? ଅତିରିକ୍ତ ଇନପୁଟ୍ ସହାୟତା ବିନା କେମିତି ଦୁଇଗୁଣା ହେବ ଚାଷୀଙ୍କ ଆୟ ?
ବିବିଧ ଚାଷ ପାଇଁ ଓଡ଼ିଶାରେ ସବୁ ସ୍ଥାନରେ ଅନୁକୂଳ ପାଣିପାଗ ନାହିଁ । ଭିତ୍ତିଭୂମିର ଅଭାବ ମଧ୍ୟ ବିବିଧ ଚାଷ ନକରିବାର ବଡ କାରଣ । ଏଭଳିସ୍ଥଳେ ଚାଷୀ କରିବ ତ କରିବ କଣ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/09/rice-subsidy-2026-02-09-20-46-39.jpg)