କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ, ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ଇଏସଆଇସି ହସ୍ପିଟାଲ

Advertisment

ଏଣିକି ସ୍ବାସ୍ଥ୍ୟ ସେବା ପାଇଁ ଗଞ୍ଜାମ ଜିଲ୍ଲାରେ ଥିବା ଇଏସଆଇସି ହିତାଧିକାରୀଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ । ଏଥିଲାଗି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିଛି । ନିକଟରେ ନୂଆଦିଲ୍ଲୀଠାରେ ଇଏସଆଇସିର ୧୯୭ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶ୍ରମମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି । 

bam

କନକ ବ୍ୟୁରୋ :   ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ବ୍ରହ୍ମପୁରରେ ସ୍ଥାପନ ହେବାକୁ ଯାଉଛି ହସ୍ପିଟାଲ । ଏଥିଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିସାରିଛି ମଞ୍ଜୁରି । ଉପକୃତ ହେବେ ହଜାର ହଜାର ହିତାଧିକାରୀ। 

ଅଧିକ ପଢ଼ନ୍ତୁ : ବ୍ରହ୍ମପୁରରେ ରହୁଥିବା ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ସହରରେ ଶସ୍ତାରେ ଘର ଯୋଗାଇବ ମହାନଗର ନିଗମ

ଏଣିକି ସ୍ବାସ୍ଥ୍ୟ ସେବା ପାଇଁ ଗଞ୍ଜାମ ଜିଲ୍ଲାରେ ଥିବା ଇଏସଆଇସି ହିତାଧିକାରୀଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ । ଏଥିଲାଗି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିଛି । ନିକଟରେ ନୂଆଦିଲ୍ଲୀଠାରେ ଇଏସଆଇସିର ୧୯୭ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶ୍ରମମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି । 

 ୨୦୨୪ ମାର୍ଚ୍ଚ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଇଏସଆଇସି ଅଧୀନରେ ଥିବା ବୀମାଭୁକ୍ତ ହିତାଧିକାରୀଙ୍କ ସଂଖ୍ୟା ୨୯ହଜାର ୭୬୭ । ଜିଲ୍ଲାର ବ୍ରହ୍ମପୁର ସମେତ ଆସ୍କା ଓ ଛତ୍ରପୁରରେ ଗୋଟିଏ ଲେଖାଏଁ ଡିସପେନସାରି ରହିଛି । ଫଳରେ ଗୁରୁତରଙ୍କ ଚିକିତ୍ସା ଲାଗି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ୨ଟି ଲେଖାଏଁ ଓ ଆମ ରାଜ୍ୟର ୯୫ଟି ଅନୁବନ୍ଧିତ ଘରୋଇ ହସ୍ପିଟାଲକୁ ରେଫର କରାଯାଉଛି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ଆଶା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe