କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ବ୍ରହ୍ମପୁରରେ ସ୍ଥାପନ ହେବାକୁ ଯାଉଛି ହସ୍ପିଟାଲ । ଏଥିଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିସାରିଛି ମଞ୍ଜୁରି । ଉପକୃତ ହେବେ ହଜାର ହଜାର ହିତାଧିକାରୀ।
ଅଧିକ ପଢ଼ନ୍ତୁ : ବ୍ରହ୍ମପୁରରେ ରହୁଥିବା ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ସହରରେ ଶସ୍ତାରେ ଘର ଯୋଗାଇବ ମହାନଗର ନିଗମ
ଏଣିକି ସ୍ବାସ୍ଥ୍ୟ ସେବା ପାଇଁ ଗଞ୍ଜାମ ଜିଲ୍ଲାରେ ଥିବା ଇଏସଆଇସି ହିତାଧିକାରୀଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ । ଏଥିଲାଗି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିଛି । ନିକଟରେ ନୂଆଦିଲ୍ଲୀଠାରେ ଇଏସଆଇସିର ୧୯୭ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶ୍ରମମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି ।
୨୦୨୪ ମାର୍ଚ୍ଚ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଇଏସଆଇସି ଅଧୀନରେ ଥିବା ବୀମାଭୁକ୍ତ ହିତାଧିକାରୀଙ୍କ ସଂଖ୍ୟା ୨୯ହଜାର ୭୬୭ । ଜିଲ୍ଲାର ବ୍ରହ୍ମପୁର ସମେତ ଆସ୍କା ଓ ଛତ୍ରପୁରରେ ଗୋଟିଏ ଲେଖାଏଁ ଡିସପେନସାରି ରହିଛି । ଫଳରେ ଗୁରୁତରଙ୍କ ଚିକିତ୍ସା ଲାଗି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ୨ଟି ଲେଖାଏଁ ଓ ଆମ ରାଜ୍ୟର ୯୫ଟି ଅନୁବନ୍ଧିତ ଘରୋଇ ହସ୍ପିଟାଲକୁ ରେଫର କରାଯାଉଛି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ଆଶା କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/19/bam-2025-12-19-19-55-49.jpg)