vande bharat sleeper train Photograph: (kanak news)
କନକ ବ୍ୟୁରୋ: କେନ୍ଦ୍ର ସରକାର ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ରୁଟ୍ ଘୋଷଣା କରିଛନ୍ତି । ଗୁରୁବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଟ୍ରେନର ରୁଟ୍ ଘୋଷଣା କରିଛନ୍ତି । ରେଳମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର କୋଲକାତା ଏବଂ ଗୌହ୍ୱାଟୀ ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ହେବ, ଯାହାର କିଛି ଦିନ ପୂର୍ବରୁ ପରୀକ୍ଷଣ ମଧ୍ୟ କରାଯାଇଥିଲା । ତେବେ ଏହି ରୁଟ୍ ସହିତ, ବନ୍ଦେ ଭାରତ ସ୍ଲିପର ଟ୍ରେନର ଭଡ଼ା ମଧ୍ୟ ଘୋଷଣା କରାଯାଇଛି।
ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ର ଭଡ଼ା କିଲୋମିଟର ଉପରେ ଆଧାରିତ ହେବ
- ୧ ଏସି – ୩.୮୦ ପଇସା/କିମି
- ୨ ଏସି – ୩.୧୦ ପଇସା/କିମି
- ୩ ଏସି – ୨.୪୦ ପଇସା/କିମି
ନିକଟରେ ଭାରତୀୟ ରେଳବାଇ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବନ୍ଦେ ଭାରତ ସ୍ଲିପର ଟ୍ରେନର ଅନ୍ତିମ ହାଇ-ସ୍ପିଡ୍ ପରୀକ୍ଷଣ ସଫଳତାର ସହ ସମାପ୍ତ କରିଛି। ଏହି ପରୀକ୍ଷଣ କୋଟା-ନାଗଡା ସେକ୍ସନରେ କରାଯାଇଥିଲା, ଯେଉଁଠାରେ ଟ୍ରେନଟି ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଗତି କରିଥିଲା। ଏହି ପରୀକ୍ଷଣ ରେଳ ସୁରକ୍ଷା କମିଶନରଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ପରୀକ୍ଷଣ ସମୟରେ, ଟ୍ରେନର ଯାତ୍ରା ଗୁଣବତ୍ତା, କମ୍ପନ, ବ୍ରେକିଂ ସିଷ୍ଟମ, ଜରୁରୀକାଳୀନ ବ୍ରେକ, ସୁରକ୍ଷା ପ୍ରଣାଳୀ ଏବଂ ଅନ୍ୟାନ୍ୟ ବୈଷୟିକ ଦିଗଗୁଡ଼ିକୁ ପରୀକ୍ଷା କରାଯାଇଥିଲା। ସମସ୍ତ ପରୀକ୍ଷଣରେ ଟ୍ରେନର ପ୍ରଦର୍ଶନ ସମ୍ପୂର୍ଣ୍ଣ ସନ୍ତୋଷଜନକ ବୋଲି ଜଣାପଡିଥିଲା ଏବଂ CRS ପରୀକ୍ଷଣକୁ ସଫଳ ବୋଲି ଘୋଷଣା କରିଥିଲା।
ଆହୁରି ପଢ଼ନ୍ତୁ : ପାଇଲଟ୍ ପିଇଥିଲେ ମଦ ଆଉ ତା ପରେ ଘଟିଲା...; କାନାଡାରୁ ନୂଆଦିଲ୍ଲୀ ଆସୁଥିଲା ଏୟାର ଇଣ୍ଡିଆ ବିମାନ
ରେଳମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ଛଅ ମାସ ମଧ୍ୟରେ ଆଠଟି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ କାର୍ଯ୍ୟକ୍ଷମ ହେବ। ବର୍ଷ ଶେଷ ସୁଦ୍ଧା ବାରଟି ନୂତନ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପ୍ରସ୍ତୁତ ହେବ। ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଗୌହ୍ୱାଟୀ-କୋଲକାତା ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଜାନୁଆରୀରେ ସେବା ଆରମ୍ଭ କରିବ। ଉଦଘାଟନୀ ତାରିଖ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ।
Follow Us