କନକ ବ୍ୟୁରୋ : ପ୍ରସ୍ତୁତି ଚୂଡାନ୍ତ, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ରାଜ୍ୟରେ ଜନସଂଖ୍ୟା କେତେ ? ତାହାର ହିସାବକିତାବ ହେବ । ଏପ୍ରିଲ ମାସରୁ ଓଡ଼ିଶାରେ ଜନଗଣନା ପାଇଁ ନିଷ୍ପତ୍ତି ହୋଇଛି । ସମଗ୍ର ଦେଶ ସହ ମାର୍ଚ୍ଚ ୨୦୨୭ରୁ ହେବ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା । ଏହାପୂର୍ବରୁ ୨୦୧୧ ମସିହାରେ ଶେଷଥର ପାଇଁ ହୋଇଥିଲା ଜନଗଣନା । କରୋନା ପାଇଁ ୨୦୨୧ ଜନଗଣନା ସ୍ଥଗିତ ରହିଥିଲା ।
ଜନଗଣନା ପାଇଁ ବାଜିଛି ବିଗୁଲ । ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ହେବ ଜନଗଣନା । ଚଳିତବର୍ଷ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଓ ୨୦୨୭ ଫେବ୍ରୁଆରିରେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ହେବ । ଚୂଡ଼ାନ୍ତ ପ୍ରସ୍ତୁତି ପର୍ବରେ ମୋହର ବାଜିବା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର । ନଜର ପକାନ୍ତୁ କେମିତି ହେବ ଜନଗଣନା ?
ଜନଗଣନା ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ମାର୍କ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା । ୨୦୨୭ ଫେବ୍ରୁଆରି ୧ରୁ ପୂରା ଦେଶରେ ହେବ ଜନଗଣନା । ୱେବ୍ସାଇଟ୍ରେ ମଧ୍ୟ ଲୋକେ ନିଜେ ନିଜର ତଥ୍ୟ ଦେଇପାରିବେ । ଜନଗଣନାର ୯୦ ପ୍ରତିଶତ କାମ ଅନଲାଇନରେ ହେବ ।
ଅଧିକ ପଢ଼ନ୍ତୁ : ଓଡ଼ିଶା ବିକାଶ ପାଇଁ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ , ପୂରଣ ହେବ ୬୫ ହଜାର ସରକାରୀ ପଦବୀ
ଅନଲାଇନ ଜରିଆରେ ଜନଗଣନାକୁ ଶତ ପ୍ରତିଶତ ସଠିକ୍ କରିବାକୁ ଲକ୍ଷ୍ୟ ରହିଛି । ହେଲେ ରାଜ୍ୟର ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି ଏବେ ବି ମୋବାଇଲ ନେଟୱର୍କ ଅପହଞ୍ଚ । କଥା ଦି ପଦ ହେବାକୁ ଗଛ କିମ୍ବା ଉଚ୍ଚ ସ୍ଥାନକୁ ଚଢିବାକୁ ପଡ଼େ । ତେଣୁ ମୋବାଇଲ ନେଟ୍ୱର୍କ ନଥିବା ଅଞ୍ଚଳରେ ଅନଲାଇନରେ ଜନଗଣନା କିଭଳି ହେବ ତାହା ସବୁଠୁ ବଡ଼ ପ୍ରଶ୍ନ ? କେବଳ ଏତିକି ନୁହେଁ, ରାଜ୍ୟରେ ହଜାର ହଜାର ଅନୁପ୍ରବେଶକାରୀ ରହିଛନ୍ତି । ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରେ ରହୁଛନ୍ତି । ସେହିପରି ବହୁ ଲୋକଙ୍କ ଘର ଏକାଧିକ ଠିକଣାରେ ରହିଛି । ତେଣୁ ସଠିକ୍ ଜନଗଣନା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ହୋଇପାରେ ।
ଜନଗଣନା ପାଇଁ ୬ ମାସ ପୂର୍ବରୁ ପ୍ରସ୍ତୁତି ଚାଲିଛି । ଆଗାମୀ ୩ ମାସ ଧରି ଲକ୍ଷାଧିକ ଜନଗଣନା ଅଧିକାରୀ ନେବେ ଟ୍ରେନିଂ । ପ୍ରତି ୨୦୦ ଘର ପାଇଁ ନିଯୁକ୍ତ ହେବେ ଜଣେ ଜନଗଣନା ଅଧିକାରୀ । ଭୁବନେଶ୍ୱର ଓ କଟକରେ ପ୍ରାରମ୍ଭିକ ଟେଷ୍ଟ ମଧ୍ୟ ସରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/07/census-2026-01-07-19-16-43.jpg)