Photograph: (kanak news)
କନକ ବ୍ୟୁରୋ : ବିରଳ କୃଷ୍ଣସାର ମୃଗ ଗଣନା ଜାରି । ଗଞ୍ଜାମ ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳ ବିରଳ କୃଷ୍ଣସାର ମୃଗଙ୍କ ଗଣନା କରାଯାଉଛି । ଏଠାରେ ଦଳ ଦଳ କୃଷ୍ଣସାର ମୃଗ ଦେଖାଯାନ୍ତି । ଯାହାକୁ ସ୍ଥାନୀୟ ଅଞ୍ଚଳର ଲୋକେ କଳା ବହୁତୀୟା ବା ବାଲି ହରିଣ କୁହନ୍ତି । ଏହି ଅଞ୍ଚଳରେ ଏମାନେ ଅବାଧରେ ବୁଲନ୍ତି ବିଶେଷ କରି ସ୍ଥାନୀୟ ଲୋକେ ବି ଏହି ବିରଳ କୃଷ୍ଣସାର ମୃଗଙ୍କ ସୁରକ୍ଷା ପ୍ରତି ଯତ୍ନବାନ ।
୨୦୧୧ ଏହି ଅଞ୍ଚଳର ଏହି ବିରଳ କୃଷ୍ଣ ସାର ମୃଗ ଗଣନା କାର୍ୟ୍ୟ ଆରମ୍ଭ ହୋଇଥିଲା । ପୂର୍ବ ଦୁଇ ବର୍ଷକୁ ଥରେ ଏହାର ଗଣନା କରାଯାଉଥିବା ବେଳେ ଏବେ ବିଗତ ବର୍ଷ ଠାରୁ ବର୍ଷକୁ ବର୍ଷକ ଏହାର ଗଣନା କରାଯାଉଛି । ପ୍ରତି ବର୍ଷ ଏହି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢୁଛି । ସେହି କ୍ରମରେ ଆଜି ଏଠାରେ ମୃଗ ଗଣନା କାର୍ୟ୍ୟ ଚାଲିଛି । ଏଥିରେ ସାମିଲ ହୋଇଛନ୍ତି ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସ୍କା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। କୃଷ୍ଣସାର ମୃଗ ଗଣନା ପାଇଁ ୨୮ ଦଳ ଗଠନ କରାଯାଇଛି ।
ଆହୁରି ପଢନ୍ତୁ ;ସଫା କରିବା ବାହାନାରେ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ୨ ଜଣ ମହିଳାଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ
Follow Us