କନକ ବ୍ୟୁରୋ: ୮୪ ବର୍ଷରେ ଆଖି ବୁଜିଲେ ବଲିଉଡର ପ୍ରଖ୍ୟାତ ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନି । ସୋମବାର ଅପରାହ୍ନରେ ଏହି ଲୋକପ୍ରିୟ ଅଭିନେତା ଜଣଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

Advertisment

ସୋଲେ ଚଳଚ୍ଚିତ୍ରରେ ଜେଲର ଭୂମିକାରେ ଖ୍ୟାତି ଅର୍ଜନ କରିଥିବା ହାସ୍ୟ ଅଭିନେତା ୩୫୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିଜ ଅଭିନୟର ଜାଦୁ ମାଧ୍ୟମରେ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ଏହି ହାସ୍ୟ ଅଭିନେତା । ଆଜି ତାଙ୍କ ଅବର୍ତ୍ତମାନରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଖବର ଅପଡେଟ୍‌ ହେଉଛି...