କନକ ବ୍ୟୁରୋ: ସିଡିଏ ଜମି ଲିଜ୍ କେଳେଙ୍କାରୀକୁ ନେଇ ଲଗାତାର ଖବର ପ୍ରସାରଣ, ବିଭିନ୍ନ ରାଜତୈନିକ ଦଳର ନେତାଙ୍କ ନିନ୍ଦା ଏବଂ କଟକ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସତ୍ତ୍ୱେ ନିଦାବିଷ୍ଣୁ ସରକାର । ଶହେ କୋଟିର ଜମିକୁ ମାତ୍ର ୩ କୋଟି ଟଙ୍କାରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେକି ଦେବା ପାଇଁ ମସୁଧା ଅଭିଯୋଗକୁ ନେଇ ମନ୍ତ୍ରୀଙ୍କ ଦୋମୁହାଁ ନୀତି । ନଗର ଉନ୍ନୟନ ମନ୍ତ୍ରୀ କେତେବେଳେ ‘ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି’ କହୁଛନ୍ତି । ପୁଣି କେତେବେଳେ କହୁଛନ୍ତି ‘ପିପିପି ମୋଡ୍ରେ ଜମି ଦିଆଯାଇଛି’ । କିନ୍ତୁ ଦେଖନ୍ତୁ ବିଡର୍ଙ୍କ ସାଧାରଣ ବୈଷୟିକ ଯୋଗ୍ୟତାବଳୀକୁ ।
ଅଧିକ ପଢନ୍ତୁ: ସିଡିଏ ଜମି ଜାଲିଆତିକୁ ନେଇ ବଢ଼ୁଛି ଅସନ୍ତୋଷ, ଆନ୍ଦୋଳନ କରିବାକୁ କଟକବାସୀଙ୍କ ଚେତାବନୀ
ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି-କନସର୍ଟିଅମ୍ ଇଜ୍ ନଟ୍ ଆଲାଉଡ୍ । ଅର୍ଥାତ୍ ଏକାଧିକ ସଂସ୍ଥାଙ୍କୁ ଏକାଠି କାର୍ଯ୍ୟ ପାଇଁ ଅନୁମତି ନାହିଁ । ତେଣୁ ପିପିପି ମୋଡ୍ରେ କାମ ପାଇଁ ଅନୁମତି ମିଳିଲା କିପରି? ଏଠି ନିୟମର ଉଲ୍ଲଂଘନ ହୋଇନି ତ? ନିହିତ ସ୍ବାର୍ଥରେ ଟେଣ୍ଡର ନିୟମକୁ ଅଣଦେଖା କରାଯାଇନି ତ ? ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାର ଦ୍ୱାହି ଦେଉଥିବା ମୁଖ୍ୟମନ୍ତ୍ରୀ ବି ଏହି କେଳେଙ୍କାରୀକୁ ନେଇ ଚୁପ୍ ଥିବା ବେଳେ, ନଗର ଉନ୍ନୟନ ମନ୍ତ୍ରୀ ସନ୍ଦେହ ଘେରକୁ ଆସିବାର ଆଉ ଏକ କାରଣ ରହିଛି । ସିଡିଏ ଅଧ୍ୟକ୍ଷ ଅଛନ୍ତି ନିଜେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କ’ଣ ନିଜ ବିରୋଧରେ ନିଜେ କରିବେ ତଦନ୍ତ? କିଏ ଏହାର ତଦନ୍ତ କରିବ ସେ ନେଇ ମୁହଁ ଖୋଲୁନି ବିଭାଗ । ବିକାଶ ପାଇଁ ଟଙ୍କାର ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଆସୁଛନ୍ତି । ହେଲେ ସିଡିଏ ଅଫିସ ପାଇଁ ସରକାର ଅନୁଦାନ ଦେବାକୁ ମନା କରିଥିଲେ କି? ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ଟେକିଦେବାକୁ କିଏ ନେଲେ ନିଷ୍ପତ୍ତି ? କାମ ପାଇଥିବା ନିର୍ଦ୍ଦିଷ୍ଟ ସଂସ୍ଥା କାହାର ଗେହ୍ଲାପୁଅ ? ସିଡିଏ କର୍ତ୍ତୃପକ୍ଷଙ୍କର ନା ସରକାରଙ୍କର ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/cda-land-2026-01-27-19-32-27.jpg)