କନକ ବ୍ୟୁରୋ : ସିଡିଏ ଜମି କେଳେଙ୍କାରୀ ମାମଲାରେ ସିଡିଏ ସଚିବଙ୍କ ଅଜବ ଯୁକ୍ତି । ଦୁର୍ନୀତି ନେଇ କିଛି ଜାଣିନଥିବା କହିଛନ୍ତି ସିଡିଏ ସଚିବ ଡକ୍ଟର ଶ୍ୱେତ କୁମାର ଦାଶ । ସେ ଏହି ପ୍ରସଙ୍ଗରେ କିଛି କହିପାରିବେ ନାହିଁ, ଏପରିକି ଆରଟିଆଇରେ ତଥ୍ୟ ମାଗିବାକୁ କହୁଛନ୍ତି ସିଡିଏ ସଚିବ । କେବଳ ଏତିକି ନୁହେଁ ଦୁର୍ନୀତି ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ପଚାରିବା ସହ ସେ ଏହି ସମ୍ପର୍କରେ କିଛି ଜାଣିନଥିବା ଗଣମାଧ୍ୟମ ଆଗରେ ସଫେଇ ରଖିଛନ୍ତି ।
ଅଧିକ ପଢନ୍ତୁ : ବିଗିଡ଼ିଗଲାଣି ଆଇନଶୃଙ୍ଖଳା, କଥା କଥାରେ ଅଧିକାରୀଙ୍କୁ କରାଯାଉଛି ଆକ୍ରମଣ
କଟକ ସିଡିଏ ସେକ୍ଟର-୬ ଅଞ୍ଚଳର ଅଢ଼େଇ ଏକର ସରକାରୀ ଜମିକୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ହାତକୁ ଶାଗମାଛ ଦରରେ ଟେକି ଦେବାକୁ ମସୁଧା ହୋଇଥିବା ଅଭିଯୋଗ ହୋଇଥିଲା । ସିଡିଏର ଏହି ବହୁମୂଲ୍ୟ ଜମି ଇ-ନିଲାମରେ ଆବଣ୍ଟନ ପାଇଁ ଗତବର୍ଷ ନଭେମ୍ୱର ୨୧ରେ ଟେଣ୍ଡର୍ ବାହାରିଥିଲା। ତେବେ ଆବେଦନର ଶେଷ ତାରିଖ ଡିସେମ୍ବର ୧୨ ସୁଦ୍ଧା ମାତ୍ର ଜଣେ ବିଡର୍ ଭାଗ ନେଇଥିଲେ । ନିୟମ ଅନୁସାରେ, ସିଙ୍ଗିଲ୍ ଟେଣ୍ଡର୍ ଯୋଗୁଁ ଏହା ବାତିଲ ହୋଇ ସାନି ଟେଣ୍ଡର ଜାରି ହେବା କଥା । ମାତ୍ର ତାହା ନକରି, ଆବେଦନର ଶେଷ ତାରିଖକୁ ଡିସେମ୍ବର ୩୧କୁ ଘୁଞ୍ଚାଇ ଦେଇଥିଲେ ସିଡିଏ କର୍ତ୍ତୃପକ୍ଷ । କୌଣସି ଯଥାର୍ଥ କାରଣ ନ ଦର୍ଶାଇ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଗଲା । ଏହାପରେ ଛତିଶଗଡ଼ର ଏକ ସଂସ୍ଥା ଟେଣ୍ଡର ଆବେଦନ କରିଥିଲା ।
ଦୁଇଟି ସଂସ୍ଥାରୁ ଗୋଟିଏକୁ ବାଛି ୩ କୋଟି ଟଙ୍କାରେ ଅଢେଇ ଏକର ଜମି ଟେକି ଦେବାକୁ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦୁର୍ନୀତି ସମ୍ପର୍କରେ କିଛି ଜାଣିନଥିବା ସିଡିଏ ସଚିବ ସଫେଇ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/20/cuttack-2026-01-20-16-09-39.jpg)