ସିଡିଏ ଜମି କେଳେଙ୍କାରୀ: ଦୁର୍ନୀତି ନେଇ ଅଜ୍ଞାତ ଦାବି କଲେ ସିଡିଏ ସଚିବ, ଉଠିଲା ଗମ୍ଭୀର ପ୍ରଶ୍ନ

Advertisment

କଟକ ସିଡିଏ ସେକ୍ଟର-୬ ଅଞ୍ଚଳର ଅଢ଼େଇ ଏକର ସରକାରୀ ଜମିକୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ହାତକୁ ଶାଗମାଛ ଦରରେ ଟେକି ଦେବାକୁ ମସୁଧା ହୋଇଥିବା ଅଭିଯୋଗ ହୋଇଥିଲା।

କଟକ ସିଡିଏ ସେକ୍ଟର-୬ ଅଞ୍ଚଳର ଅଢ଼େଇ ଏକର ସରକାରୀ ଜମିକୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ହାତକୁ ଶାଗମାଛ ଦରରେ ଟେକି ଦେବାକୁ ମସୁଧା ହୋଇଥିବା ଅଭିଯୋଗ ହୋଇଥିଲା।

cuttack

କନକ ବ୍ୟୁରୋ : ସିଡିଏ ଜମି କେଳେଙ୍କାରୀ ମାମଲାରେ ସିଡିଏ ସଚିବଙ୍କ‌ ଅଜବ ଯୁକ୍ତି । ଦୁର୍ନୀତି ନେଇ କିଛି ଜାଣିନଥିବା କହିଛନ୍ତି ସିଡିଏ ସଚିବ ଡକ୍ଟର ଶ୍ୱେତ କୁମାର ଦାଶ । ସେ ଏହି ପ୍ରସଙ୍ଗରେ କିଛି କହିପାରିବେ ନାହିଁ, ଏପରିକି ଆରଟିଆଇରେ ତଥ୍ୟ ମାଗିବାକୁ କହୁଛନ୍ତି ସିଡିଏ ସଚିବ । କେବଳ ଏତିକି ନୁହେଁ ଦୁର୍ନୀତି ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ପଚାରିବା ସହ ସେ ଏହି ସମ୍ପର୍କରେ କିଛି ଜାଣିନଥିବା ଗଣମାଧ୍ୟମ ଆଗରେ ସଫେଇ ରଖିଛନ୍ତି ।

ଅଧିକ ପଢନ୍ତୁ : ବିଗିଡ଼ିଗଲାଣି ଆଇନଶୃଙ୍ଖଳା, କଥା କଥାରେ ଅଧିକାରୀଙ୍କୁ କରାଯାଉଛି ଆକ୍ରମଣ

କଟକ ସିଡିଏ ସେକ୍ଟର-୬ ଅଞ୍ଚଳର ଅଢ଼େଇ ଏକର ସରକାରୀ ଜମିକୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ହାତକୁ ଶାଗମାଛ ଦରରେ ଟେକି ଦେବାକୁ ମସୁଧା ହୋଇଥିବା ଅଭିଯୋଗ ହୋଇଥିଲା । ସିଡିଏର ଏହି ବହୁମୂଲ୍ୟ ଜମି ଇ-ନିଲାମରେ ଆବଣ୍ଟନ ପାଇଁ ଗତବର୍ଷ ନଭେମ୍ୱର ୨୧ରେ ଟେଣ୍ଡର୍ ବାହାରିଥିଲା। ତେବେ ଆବେଦନର ଶେଷ ତାରିଖ ଡିସେମ୍ବର ୧୨ ସୁଦ୍ଧା ମାତ୍ର ଜଣେ ବିଡର୍‌ ଭାଗ ନେଇଥିଲେ । ନିୟମ ଅନୁସାରେ, ସିଙ୍ଗିଲ୍ ଟେଣ୍ଡର୍ ଯୋଗୁଁ ଏହା ବାତିଲ ହୋଇ ସାନି ଟେଣ୍ଡର ଜାରି ହେବା କଥା । ମାତ୍ର ତାହା ନକରି, ଆବେଦନର ଶେଷ ତାରିଖକୁ ଡିସେମ୍ବର ୩୧କୁ ଘୁଞ୍ଚାଇ ଦେଇଥିଲେ ସିଡିଏ କର୍ତ୍ତୃପକ୍ଷ । କୌଣସି ଯଥାର୍ଥ କାରଣ ନ ଦର୍ଶାଇ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଗଲା । ଏହାପରେ ଛତିଶଗଡ଼ର ଏକ ସଂସ୍ଥା ଟେଣ୍ଡର ଆବେଦନ କରିଥିଲା ।

ଦୁଇଟି ସଂସ୍ଥାରୁ ଗୋଟିଏକୁ ବାଛି ୩ କୋଟି ଟଙ୍କାରେ ଅଢେଇ ଏକର ଜମି ଟେକି ଦେବାକୁ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦୁର୍ନୀତି ସମ୍ପର୍କରେ କିଛି ଜାଣିନଥିବା ସିଡିଏ ସଚିବ ସଫେଇ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe