କନକ ବ୍ୟୁରୋ: କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣର ଖବର ସାମ୍ନାକୁ ଆସୁଛି । କେଉଁଠି ବିଡିଓଙ୍କୁ ଲୋକ ମାଡ଼ ମାରିଲେଣି ତ ଆଉ କେଉଁଠି ଉପଜିଲ୍ଲାପାଳଙ୍କ ଗାଡ଼ିମଡ଼ାଇବାକୁ ଉଦ୍ୟମ ହେଲାଣି । ଏପରିକି ଉପଜିଲ୍ଲାପାଳଙ୍କୁ ଧମକ ଦେଲେଣି ବାଲି ମାଫିଆ। ପ୍ରଶ୍ନ ଉଠୁଛି କାହିଁକି ଆଇନ ହାତକୁ ନେଉଛନ୍ତି ଲୋକ ।
ଅଧିକ ପଢ଼ନ୍ତୁ:ବ୍ରେକ୍ ନେଲେ ନେହା
ଏଇ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏହି ଦୃଶ୍ୟ। ସବୁଠି ସରକାରୀ ବାବୁ ଆକ୍ରମଣର ଶିକାର ହୋଇଛନ୍ତି । ଚିନ୍ତାର କାରଣ ହେଉଛି ଏହି ଟ୍ରେଣ୍ଡ୍ ବଢ଼ିବାରେ ଲାଗିଛି । ପ୍ରକୃତରେ ଏହି ମାଡ଼ତତ୍ତ୍ୱ ପଛରେ କାହା ହାତ ରହିଛି? କିଏ ଲୋକଙ୍କୁ ଉସୁକାଉଛି ? ରାଜନଗର, ପଦ୍ମପୁର, ପିପିଲି ପରେ ଆଜି ନୂଆପଡ଼ା ଜିଲ୍ଲା ସଦର ବିଡିଓ ରୋହିତ ଭୁଏଙ୍କୁ ବ୍ଲକ ପରିସରରେ ମାଡ଼ ଅଭିଯୋଗ । ନୂତନ ପଞ୍ଚାୟତର କାର୍ଯ୍ୟାଳୟ ନିର୍ମାଣକୁ ନେଇ ବିବାଦ ପରେ ବିଡିଓଙ୍କୁ ଭେଟିବାକୁ ଆସିଥିବା ଭଇସାଟାଲ ସରପଂଚ ଓ ଗାଁ ଲୋକ ମାଡ଼ମାରିଥିବା ଅଭିଯୋଗ ହୋଇଛି ।
ପିପିଲିରେ ଚୋରା ବାଲି ଗଦାରେ ଚଢ଼ାଉ ସମୟରେ ପୁରୀ ଉପଜିଲ୍ଲାପାଳଙ୍କୁ ମାଫିଆ ଧମକ ଦେବା ଚର୍ଚ୍ଚାରେ ରହିଛି । ବାଲି ମାଫିଆଙ୍କ ଧମକ ପରେ ଥାନାରେ ଏତଲା ଦେଇଛନ୍ତି ଉପଜିଲ୍ଲାପାଳ । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ମହିଳା ବିଡିଓଙ୍କୁ ବିଜେପି ନେତା ଆକ୍ରମଣ ଘଟଣା ଖବରର ଶିରୋନାମା ପାଲଟିଥିଲା । ଥାନାରେ ଏତଲା, ରାଜନୈତିକ ହଟଚମଟ ସତ୍ତ୍ୱେ ଅଭିଯୁକ୍ତକୁ ବାନ୍ଧି ପାରିନି ପୁଲିସ । ତେବେ ଗତ ୧୨ ତାରିଖରେ ବଲାଙ୍ଗିର ସରାଇକେଲା ଠାରେ ଏକ ବାଲି ବୋଝେଇ ହାଇୱା ଉପଜିଲ୍ଲାପାଳଙ୍କ ଗାଡିକୁ ଦଳି ଦେବାକୁ ଉଦ୍ୟମ କରିଥିଲା । ଏନେଇ ଏତଲା ପରେ ହାଇୱା ଚାଳକ, ବାଲିଘାଟ୍ ଲିଜଧାରୀ ଓ ତାଙ୍କ ସହଯୋଗୀ ବନ୍ଧା ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ଭାରତ ଫେରିବାକୁ ୧୪ ଜଣଙ୍କ ଆକୁଳ ନିବେଦନ...
କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ହାତ ଉଠାଇବାକୁ ଲୋକ କେମିତି ସାହସ କରୁଛନ୍ତି? କିଏ ସେମାନଙ୍କୁ ସାହସ ଦେଉଛି? କିଏ ଏଭଳି ଅପସଂସ୍କୃତିକୁ ପ୍ରୋତ୍ସାହିତ କରୁଛି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/01/19/33-2026-01-19-20-48-40.jpg)