କନକ ବ୍ୟୁରୋ : ପୁଲିସ ଏସଆଇ ନିଯୁକ୍ତି କେଳେଙ୍କାରୀକୁ ନେଇ ଆକ୍ସନ ମୋଡ଼ରେ ମୋଡରେ ସିବିଆଇ । କୋର୍ଟଙ୍କ ଅନୁମିତ ପାଇବା ପରେ, ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ଜଣ ଜଣ କରି ୪ ଦଲାଲଙ୍କୁ ଝାରପଡା ଜେଲରୁ କଡା ସୁରକ୍ଷା ବଳୟ ହେପାଜତକୁ ନେଉଛି ସିବିଆଇ । ମେଡିକାଲ ଯାଞ୍ଚ ପରେ, ସିବିଆଇ କାର୍ଯ୍ୟାଳୟକୁ ନେଇଛି । ଅଭିଯୁକ୍ତ ଦଲାଲ ଲୋକନାଥ ସାହୁ, ତାରିଫ ଅହମ୍ମଦ ଖାନ୍, ବିଶ୍ବରଞ୍ଜନ ବେହେରା ଓ ବିଶ୍ବଜିତ ହରିଚନ୍ଦନକୁ ଭୁବନେଶ୍ବର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ପ୍ରଥମ ଦିନର ମାରାଥାନ୍ ଜେରା ।
ଅଧିକ ପଢ଼ନ୍ତୁ-ପୁଲିସ ଏସଆଇ କେଳେଙ୍କାରୀ ମାମଲା, ବ୍ରହ୍ମପୁର ଜେଲରୁ ସ୍ଥାନାନ୍ତର ହେଲେ ୧୨ ଅଭିଯୁକ୍ତ, ଅଧରାତିରେ ଝାରପଡ଼ା ଜେଲକୁ ଆଣିଲା ସିବିଆଇ
କେଳେଙ୍କାରୀର କଳା କାରନାମା ଖୋଳତାଡ଼ ପାଇଁ, ସିବିଆଇ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆଉ ଏକ ସ୍ବତନ୍ତ ଟିମ୍ । ସିବିଆଇର ଟେକ୍ନିକାଲ ଦିଲ୍ଲୀ ଟିମ୍ ପହଞ୍ଚିଥିଲା । ଭୁବନେଶ୍ବରରେ ୧୫ଜଣରୁ ଅଧିକ ଥିବା ଏହି ଟିମରେ ରହିଛନ୍ତି ବଛା ବଛା ଆଇଟି ଓ ସାଇବର ଏକ୍ସପର୍ଟ । ବିଶେଷକରି ତଦନ୍ତ ବେଳେ ମିଳିଥିବା ଡିଜିଟାଲ ପ୍ରମାଣପତ୍ରର ଖୋଳତାଡ଼ ପାଇଁ ଏହି ଟିମ୍ ଭୁବନେଶ୍ବର ଆସିଥିବା କୁହାଯାଉଛି । ଏହା ସହିତ ଡିଲିଟ୍ କରାଯାଇଥିବା ଡାଟା, ଟଙ୍କା କାରବାରର ଉତ୍ସ ଏବଂ ଦଲାଲଙ୍କ ସହ ଲିଙ୍କରେ ଥିବା ବଡ଼ ବଡ଼ୁଆଙ୍କ ଲିଙ୍କର ହେବ ଖୋଳତାଡ଼ ।
ଅଧିକ ପଢ଼ନ୍ତୁ-ଘାଣ୍ଟୁଛି ସିବିଆଇ, ଖୋଲିବ ଗୁମର ! ପରୀକ୍ଷାର୍ଥୀଙ୍କୁ ଚାଲିଛି ଝାଳବୁହା ଜେରା
ଏହି ଘଟଣାରେ ୫୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଜେରା କରିଲାଣି ସିବିଆଇ । କେମିତି, କାହାକୁ, କେବେ ଏବଂ କେତେ ଟଙ୍କା ନେଣଦେଣ ହୋଇଛି ସେ ବାବଦରେ ଅନେକ ଗୁଡ଼ିଏ ସୁରାଗ୍ ପାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ୪ ଜଣ ଦଲାଲଙ୍କ ସମ୍ପର୍କିତ ତଥ୍ୟ ପାଇବା ପରେ, ରିମାଣ୍ଡରେ ଆଣି ଘାଣ୍ଟିବା ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା।
Follow Us