ଡିଜିଟାଲ ଯୁଗରେ ବି ଜାତିପ୍ରଥାର କଳଙ୍କ : ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ୮୧ ଦିନ ଧରି ବନ୍ଦ ଅଙ୍ଗନବାଡି

Advertisment

ଜଣେ ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଯାଉନାହାନ୍ତି ଶିଶୁ । ରାଜନଗର ଥାନା ଘଡିଆମାଳ ପଞ୍ଚାୟତ ନୂଆଗାଁରେ ଦେଖିବାକୁ ମିଳିଛି ଏଭଳି ଜାତିପ୍ରଥାର କଳଙ୍କିତ ଅଧ୍ୟାୟ ।

ଜଣେ ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଯାଉନାହାନ୍ତି ଶିଶୁ । ରାଜନଗର ଥାନା ଘଡିଆମାଳ ପଞ୍ଚାୟତ ନୂଆଗାଁରେ ଦେଖିବାକୁ ମିଳିଛି ଏଭଳି ଜାତିପ୍ରଥାର କଳଙ୍କିତ ଅଧ୍ୟାୟ ।

Anganwadi

Anganwadi Photograph: (KanakNews)

କନକ ବ୍ୟୁରୋ : ଆଜିର ଡିଜିଟାଲ ଯୁଗରେ ବଞ୍ଚିଛି ଜାତିପ୍ରଥା । ଜାତିପ୍ରଥାର ଏଭଳି କୁତ୍ସିତ ପରମ୍ପରା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ । ଜଣେ ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଯାଉନାହାନ୍ତି ଶିଶୁ । ରାଜନଗର ଥାନା ଘଡିଆମାଳ ପଞ୍ଚାୟତ ନୂଆଗାଁରେ ଦେଖିବାକୁ ମିଳିଛି ଏଭଳି ଜାତିପ୍ରଥାର କଳଙ୍କିତ ଅଧ୍ୟାୟ । ଅଙ୍ଗନବାଡି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇଲେ ବୋଲି ଅଙ୍ଗନବାଡି କେନ୍ଦ୍ରକୁ ଶିଶୁଙ୍କୁ ପଢିବାକୁ ଛାଡୁ ନାହାନ୍ତି ଗ୍ରାମବାସୀ ।

ଅଧିକ ପଢନ୍ତୁ : ସମାଜର ପ୍ରଥା ଆଗରେ ଅସହାୟ ସମ୍ପର୍କୀୟ: ଜାତିପ୍ରଥା ବାହାନାରେ ଶବ ଛୁଇଁଲେନି ଜାତିଭାଇ, ସେପଟେ କରଞ୍ଜିଆରେ ମଦ୍ୟପ କନଷ୍ଟେବଳକୁ ଉଲଗ୍ନ କରି ଗଛରେ ବାନ୍ଧି ପିଟିଲେ ଲୋକେ

ଏପରିକି ସହାୟିକାଙ୍କ ହାତରୁ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁମାନଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି । ପରମ୍ପରା ଓ ଜାତିପ୍ରଥାକୁ ନେଇ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଛି । ଏ ବାବଦରେ ଅଙ୍ଗନବାଡି  କର୍ମୀଙ୍କ ଠାରୁ ଆରମ୍ଭ କରି ସୁପରଭାଇଜର ଓ ସିଡିପିଓ ବାରମ୍ବାର ଗାଁକୁ ଯାଇ ଗାଁ ମୁରବି ଓ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଗ୍ରାମବାସୀ ପରମ୍ପରା ଓ ଜାତିପ୍ରଥାକୁ ଧରି ଶିଶୁଙ୍କୁ ପଢିବାକୁ ଛାଡୁନାହାନ୍ତି କି ଖାଦ୍ୟ ଗ୍ରହଣ କରୁନାହାନ୍ତି । ଗତ ନଭେମ୍ବର ୨୧ ତାରିଖ ଠାରୁ ଆଜିଯାଏଁ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରକୁ ଗାଁର କୌଣସି ଶିଶୁ ପଢିବାକୁ ଆସୁନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe