ସମାଜର ପ୍ରଥା ଆଗରେ ଅସହାୟ ସମ୍ପର୍କୀୟ: ଜାତିପ୍ରଥା ବାହାନାରେ ଶବ ଛୁଇଁଲେନି ଜାତିଭାଇ, ସେପଟେ କରଞ୍ଜିଆରେ ମଦ୍ୟପ କନଷ୍ଟେବଳକୁ ଉଲଗ୍ନ କରି ଗଛରେ ବାନ୍ଧି ପିଟିଲେ ଲୋକେ

132

କନକ ବ୍ୟୁରୋ: ପୁଲିସ କନଷ୍ଟେବଳଙ୍କ ଉନ୍ମତକାଣ୍ଡ । ସ୍କୁଲ ଭିତରେ ପଶି ପ୍ରଧାନ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ମୟୁପଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଦେଉଳି ପ୍ରାଥମିକ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସ୍କୁଲର ମଧ୍ୟାହ୍ନ ଭୋଜନ ଚାଲିଥିବାବେଳେ ପୁଲିସ କନଷ୍ଟେବଳ ଗଗନ ବିହାରୀ ନାଏକ, ପ୍ରଧାନ ଶିକ୍ଷକ ଶିବ ଶଙ୍କର ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଖବର ଗାଁ ଲୋକେ ଜାଣିବା ପରେ ଉତେଜନା ଦେଖାଦେଇଥିଲା । ପରେ ଲୋକେ ପୁଲିସ କନଷ୍ଟେବଳଙ୍କୁ ଗଛରେ ବାନ୍ଧି ଉତମ ମଧ୍ୟମ ଦେଇଛନ୍ତି । ଆକ୍ରମଣରେ ଗୁରୁତର ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ଅଛି । ପ୍ରଶ୍ନ ଉଠୁଛି, ଆଇନର ରକ୍ଷା ପାଇଁ ପୁଲିସ ଅଛି । ପୁଲିସ ସଂପୃକ୍ତ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନେଇପାରିଥାନ୍ତା । ଲୋକେ କାହିଁକି ଆଇନକୁ ହାତକୁ ନେଲେ ।

ସମାଜର ପ୍ରଥା ଆଗରେ ଅସହାୟ ହୋଇପଡୁଛନ୍ତି ସମ୍ପର୍କୀୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଦେଓଗାଁ ବ୍ଲକର କରୁଆଁଝର ଗାଁରେ । ମୃତଦେହକୁ ଜାତିଭାଇ କାନ୍ଧ ନଦେବାରୁ ସ୍ୱେଚ୍ଛାସେବୀ ସଙ୍ଗଠନ ସହାୟତାରେ ଶବସକ୍ରାର କରାଯାଇଛି । ତିନିବର୍ଷ ତଳେ ଗାଁର ଅନୀଲ , ସୀମାଞ୍ଜଳି ସାହୁଙ୍କୁ ବୈଦକ ରୀତିନୀତି ଅନୁସାରେ ବିବାହ ବାହା ହୋଇଥିଲେ । ଅନ୍ୟଜାତିରେ ବାହା ହୋଇଥିବା ଦର୍ଶାଇ ଗାଁର ଜାତିଭାଇ ଏହାକୁ ଗ୍ରହଣ କରିନଥିଲେ । ପରେ ଅନୀଲଙ୍କ ପରିବାର ଲୋକେ ୮ ହଜାର ଟଙ୍କା ଫାଇନ ଦେଇ ବିବାହ କରାଇଥିଲେ ଓ ଏଥିରେ ଜାତିଭାଇ ସାମିଲହୋଇଥିଲେ । କିନ୍ତୁ ବିଧିର ବିଧାନଥିଲା ଅଲଗା । ସୀମାଞ୍ଜଳି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣହରାଇଲେ । ପରିବାର ଲୋକେ ଡାକ୍ତରଖାନା ଦୌଡି ବି ତାଙ୍କୁ ବଂଚାଇପାରିନଥିଲେ । ଏହାପରେ ପରିବାରରେ ଆସିଯାଇଥିଲା ଦୁଃଖର କଳାବାଦଲ । ଯେଉଁ ବାହାବେଳେ ଜାତିଭାଇ ଭୋଜି ଖାଇଥିଲେ ଶେଷକୃତ୍ୟ ପାଇଁ କେହି ଆସିନଥିଲେ । ଶେଷରେ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଆସି ସୀମାଞ୍ଜଳିଙ୍କ ଶେଷକୃତ୍ୟ କରିଛନ୍ତି ।