ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଟଙ୍କାର ପାହାଡ଼, ଟଙ୍କା ଗଣି ଗଣି ହାଲିଆ ଭିଜିଲାନ୍ସ

Advertisment

ନାଁ – ଜିତେନ୍ଦ୍ର କୁମାର ପଣ୍ଡା । ଖାଲି ଟଙ୍କା ନୁହେଁ, ଏହି କରିତକର୍ମା କୁବେର ଅଫିସରଙ୍କ ଘରେ ରେଡ୍ ବେଳେ, ଜବତ ହୋଇଛି, ଶହେ ଗ୍ରାମ୍ ସୁନା, ୮୨ ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା । ୪ଟି ବାଇକ୍ ଓ କାର୍ । ଏଥିସହ ବାବୁଙ୍କର ରହିଛି, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩ଟି ବହୁତଳ ପ୍ରାସାଦ । ଉତ୍ତରାରେ ବିଳାସପୂର୍ଣ୍ଣ ଫ୍ଲାଟ୍ ଓ ୪ଟି ମୂଲ୍ୟବାନ ପ୍ଲଟ୍ । ଘର ଭିତରୁ ପୁଳା ପୁଳା ଦସ୍ତାବିଜ୍, ବ୍ୟାଙ୍କ ଜମା, ବୀମା ମିଳିଥିବା ବେଳେ, ଲକର ଖୋଲିବା ବାକି ଅଛି। 

vigilance

କନକ ବ୍ୟୁରୋ :  ଟଙ୍କାରେ ସଜେଇ ହୋଇଛି ସରକାରୀ ଅଫିସରଙ୍କ ଶେଜ । ଘରୁ ଶୁଙ୍ଘି ଶୁଙ୍ଘି ଶାଶୂ ଘରେ ପହଞ୍ଚି ଭିଜିଲାନ୍ସ ଜବତ କରିଛି ନଗଦ ୮୨ ଲକ୍ଷ ଟଙ୍କା। କୋଟିପତି କୁବେର, ଅତିରିକ୍ତ ତହସିଲଦାରଙ୍କ ସମ୍ପତ୍ତି ପ୍ରାୟ ୧୦ କୋଟି ପାର୍ ହୋଇଯାଇଥିବା ଭିଜିଲାନ୍ସ କହିଛି । ଆଉ ସାମ୍ନାକୁ ଆସିଛି ବାଲି ମାଫିଆ ଓ ବାରଙ୍ଗ ବାବୁଙ୍କ ଲିଙ୍କ । 

ଅଧିକ ପଢ଼ନ୍ତୁ :  ଭିଜିଲାନ୍ସ ଜାଲରେ କଟକ ବାରଙ୍ଗ ଅତିରିକ୍ତ ତହସିଲଦାର : ସେପଟେ କେନ୍ଦୁଝର ହାଟଡିହି ପିଇଓଙ୍କ ଘରେ ଭିଜିଲାନ୍ସ ରେଡ

ଘର ନୁହେଁ ତ ବ୍ୟାଙ୍କ । ଥାକ ଥାକ ହୋଇ ଥୁଆ ହୋଇଛି ବିଡ଼ା ବିଡ଼ା ନୋଟ୍ । ଗଦି ଉପରେ ଗଦେଇ ହୋଇଛି ଗଦା ଗଦା ଟଙ୍କା। ପାଞ୍ଚ ସହ ଟଙ୍କିଆ ଏହି ଖଡ ଖଡିଆ ନୋଟ୍ ଗଣିଗଣି ହାଲିଆ ହୋଇଗଲେ ଅଧିକାରୀ। ଶେଷରେ ଟଙ୍କା ଗଣିବାକୁ ଲାଗିଲା କ୍ୟାସ୍ କାଉଣ୍ଟିଂ ମେସିନ୍ ।  ଆଉ ୭୫ ଲକ୍ଷ ଟଙ୍କାର ହିସାବ ବେଳକୁ ମେସିନ୍ ବି ଖରାପ ହୋଇଗଲା । ଏ କୌଣସି ଶିଳ୍ପପତି, ବିଲଡର କିମ୍ୱା ରାଜନେତାଙ୍କ ଘରର ଚିତ୍ର ନୁହେଁ। ବରଂ ଖୋଦ କଟକ ଜିଲ୍ଲାର ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଶାଶୂ ଘରର ଦୃଶ୍ୟ। 

ଅଧିକ ପଢ଼ନ୍ତୁ :  ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀ

ନାଁ – ଜିତେନ୍ଦ୍ର କୁମାର ପଣ୍ଡା । ଖାଲି ଟଙ୍କା ନୁହେଁ, ଏହି କରିତକର୍ମା କୁବେର ଅଫିସରଙ୍କ ଘରେ ରେଡ୍ ବେଳେ, ଜବତ ହୋଇଛି, ଶହେ ଗ୍ରାମ୍ ସୁନା, ୮୨ ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା । ୪ଟି ବାଇକ୍ ଓ କାର୍ । ଏଥିସହ ବାବୁଙ୍କର ରହିଛି, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩ଟି ବହୁତଳ ପ୍ରାସାଦ । ଉତ୍ତରାରେ ବିଳାସପୂର୍ଣ୍ଣ ଫ୍ଲାଟ୍ ଓ ୪ଟି ମୂଲ୍ୟବାନ ପ୍ଲଟ୍ । ଘର ଭିତରୁ ପୁଳା ପୁଳା ଦସ୍ତାବିଜ୍, ବ୍ୟାଙ୍କ ଜମା, ବୀମା ମିଳିଥିବା ବେଳେ, ଲକର ଖୋଲିବା ବାକି ଅଛି। 

ବାରଙ୍ଗ ବାବୁଙ୍କ ନାଁରେ ପରିଚିତ ଏହି ଓ.ଆର୍.ଏସ୍. ଅଫିସରଙ୍କ କାରନାମାକୁ ନେଇ ଚାରିଆଡେ ଚର୍ଚ୍ଚା। ଆଉ ପଦାକୁ ଆସିଛି ବାଲି ମାଫିଆ ଓ ବାରଙ୍ଗ ବାବୁଙ୍କ ସତ। ଦୁର୍ନୀତିରେ ଉବୁଟୁବୁ ଏହି ବାବୁ କୁଆଡେ ବିନା ଟଙ୍କାରେ ଫାଇଲ୍ ଘୁଞ୍ଚାଉ ନଥିଲେ । ବାଲି ଘାଟ, ମାଫିଆଙ୍କ ହାତକୁ ଟେକି ଦେଇଥିଲେ। ବାଲି ମାଫିଆ ମାନେ ମନ ଇଛା ବାଲି ଖୋଳୁଥିଲେ, ଆଉ ବାବୁ ମାଲା ମାଲ୍ ହେଉଥିଲେ। ଅନ୍ୟାନ୍ୟ କେଳେଙ୍କାରୀରେ ବି ସମ୍ପୃକ୍ତ ଥଲେ। ଏଭଳି ଅଭିଯୋଗ ନେଇ ମାଳ ମାଳ ପିଟିସନ୍ ପଡିବା ପରେ, ଛାପା ମାରିଥିଲା ଭିଜିଲାନ୍ସ। 

ଭିଜିଲାନ୍ସ ଯେତେ ଖୋଳୁଛି, ସେତେ ମିଳୁଛି। ସାମ୍ନାକୁ ଆସିଛି ବାରଙ୍ଗ ବାବୁଙ୍କ ବାରବାଟି ସମ୍ପତ୍ତି । ବର୍ଷ ବର୍ଷ ଧରି ଦୁର୍ନିତିର ପାହାଡ ଉପରେ ଛିଡା ହୋଇଥିବା ଅତିରିକ୍ତ ତଦସିଲଦାରଙ୍କ ଘରେ ଯଦି ଏତେ, ତାହେଲେ ବଡ ବଡୁଆଙ୍କ ଘରେ କେତେ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe