କନକବ୍ୟୁରୋ : ଭିଜିଲାନ୍ସ ଜାଲରେ ବାବୁ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍  ।  ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ବିଭିନ୍ନ ଟିମ୍ ପକ୍ଷରୁ ଚାଲିଛି ଚଢ଼ାଉ ।   ବିଭିନ୍ନ ସ୍ଥାନରେ ଠାବ ହୋଇଛି ବାବୁଙ୍କର ବହୁତଳ ଅଟ୍ଟାଳିକା । ଭୁବନେଶ୍ବର ବଡ଼ଗଡ ଓ ବ୍ରିଟ କଲୋନୀରେ ଦୁଇଟି ତିନି ମହଲା ଓ ଖୋର୍ଦ୍ଧା ସନପଲାରେ ଦୁଇଟି ଦୁଇମହଲା କୋଠା ରହିଛି । ଏସବୁ ସ୍ଥାନ ସମେତ ବାରଙ୍ଗସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ।  ସେପଟେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କେନ୍ଦୁଝର ହାଟଡିହି ବ୍ଲକ ବଞ୍ଚୋ ଗ୍ରାମପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ବିଭିନ୍ନ ଠିକଣାରେ ବି ଚାଲିଛି ଭିଜିଲାନ୍ସ ଚଢ଼ାଉ । 

Advertisment

ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ : ୧୮ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ସହାୟତା

କେନ୍ଦୁଝର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ୱାରେଣ୍ଟକୁ ନେଇ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ୪ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଏହି ରେଡରେ ସାମିଲ ହୋଇଛନ୍ତି।  ବିରଞ୍ଚିପୁର, ମାରେଇଗାଓଁ, ହାଟାଡିହିରେ ତିନି ମହଲା କୋଠା, ବସନ୍ତିଆ ବଜାରର ଜଗନ୍ନାଥପୁର ମୌଜାରେ ନୂତନ ନିର୍ମିତ ଦୁଇ ମହଲା ବଜାର କମ୍ପ୍ଲେକ୍ସ ଠାବ ହୋଇଛି । ସେହିପରି ବାବୁଙ୍କର ହାଟଡିହିର ବସନ୍ତିଆ ବଜାରରେ ମା ସରସ୍ୱତୀ ସେଲ୍ସ ନାଁରେ ଦୁଇଟି ଗୋଦାମ, ବିଦ୍ୟାଧର ପୁରରେ ଇଲେକ୍ଟ୍ରୋନିକ୍ସ ଦୋକାନ, ହାଟଡିହିର ପଢ଼ିଆରିପାଲି ଗ୍ରାମରେ ପୈତୃକ ଘର, କେଉଁଝର ଜିଲ୍ଲା, ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ  ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । 


--