କନକ ବ୍ୟୁରୋ : ବିବାଦ ଘେରରେ ଛନ୍ଦି ହୋଇ ରହିଛି ବାଲେଶ୍ଵର ବସଷ୍ଟାଣ୍ଡ। ଯାତ୍ରୀମାନେ ପାଉନାହାନ୍ତି ମୌଳିକ ସୁବିଧା । ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। କିନ୍ତୁ କାମରେ ଆସୁନି । ସଫେଇ ହେଉ ନଥିବାରୁ ଦୁର୍ଗନ୍ଧରେ ଫାଟିପଡୁଛି ବସଷ୍ଟାଣ୍ଡ ପରିସର । ମାମଲା କୋର୍ଟରେ ଥିବାରୁ ହାତ ବାନ୍ଧି ବସିଛି ଓଏସ୍ଆରଟିସି ।
ଅଧିକ ପଢ଼ନ୍ତୁ : 'ଟ୍ରିପ୍ ଫ୍ରି' ସହର ହେବ ବାଲେଶ୍ଵର, ମିଳିବ ନିର୍ଭରଯୋଗ୍ୟ ବିଜୁଳି ସେବା
ଶୌଚାଳୟ ଓ ପ୍ରତୀକ୍ଷାଗୃହରେ ଝୁଲୁଛି ତାଲା । ଯାତ୍ରୀମାନେ ବି ପିଇବା ପାଣି ପାଇଁ ହନ୍ତସନ୍ତ। ଏ ହେଉଛି ବାଲେଶ୍ବର ବସଷ୍ଟାଣ୍ଡର ଦୃଶ୍ୟ । ବସଷ୍ଟାଣ୍ଡ ପାଇଁ ଖର୍ଚ୍ଚ ହୋଇଛି ୯କୋଟି ୭୩ଲକ୍ଷ ଟଙ୍କା । କାମ ସମ୍ପୂର୍ଣ୍ଣ ହୋଇ ୨୦୨୩ମସିହାରୁ ବାଲେଶ୍ବର ପୌରପାଳିକାକୁ ହସ୍ତାନ୍ତର ହୋଇଛି । ମାତ୍ର ଦୁଇ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ କାରଣରୁ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ଫଳରେ ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଯାତ୍ରୀ ।
ଅଧିକ ପଢ଼ନ୍ତୁ : ସଞ୍ଜୟ ଗାନ୍ଧୀଙ୍କଠାରୁ ଏବେ ଅଜିତ୍ ପାୱାର : ପ୍ଲେନ୍ କ୍ରାସ୍ ନେଲାଣି ବଡ଼ ନେତାଙ୍କ ମୁଣ୍ଡ
ବସଷ୍ଟାଣ୍ଡ କୋଠା ଭିତରେ ଦୁଇଚକିଆ ଯାନ ପାର୍କିଂ ହେଉଛି । ଫଳରେ ଯାତ୍ରୀ ବାହାରେ ଗରମରେ ବସି ରହୁଛନ୍ତି। କୋଠା ପୁଲିସର ଅସ୍ଥାୟୀ ଶିବିର ଭାବେ କାର୍ଯ୍ୟ କରୁଛି। ଦୁଇ ବସ ମାଲିକ ସଂଘ ଅଧା ଅଧା ନିଜ ଦଖଲରେ ରଖିଛନ୍ତି । ଅନ୍ୟପଟେ ବସ ମାଲିକ କହିଛନ୍ତି କାହାକୁ ବସଷ୍ଟାଣ୍ଡ ଟେଣ୍ଡର ମିଳୁଛି ମିଳୁ, କିନ୍ତୁ ଯାତ୍ରୀମାନଙ୍କ ପାଇଁ ଶୌଚାଳୟ ଓ ପାଣି ବ୍ୟବସ୍ଥା ହେଉ। ଓଏସଅରଟିସି ଅଧିକାରୀଙ୍କୁ ପଚାରିବାକୁ ମାମଲା ବିଚାରାଧୀନ ଥିବାରୁ କାମ ହେଇପାରୁ ନାହିଁ ବୋଲି କହିଛନ୍ତି। ଅପରପକ୍ଷରେ ବସଷ୍ଟାଣ୍ଡ ଆମ ଦାୟିତ୍ବରେ ନଥିବାରୁ ଆମେ ସଫେଇ କରୁନାହୁଁ ବୋଲି ପୌରାଧ୍ୟକ୍ଷା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/a3-2026-01-28-18-49-50.jpg)