କନକ ବ୍ୟୁରୋ : ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଲାଣି ଭୁବନେଶ୍ବର। ଘରୁ ବାହାରକୁ ବାହାରିଲେ କେତେବେଳେ କଣ ଘଟିବ କହିବା ମୁସକିଲ୍ । କେଉଁଠି ଗନ୍‌ ପଏଣ୍ଟରେ ଦୁର୍ବୃତ୍ତ ଲୁଟିଲେଣି ତ କେଉଁଠି ଖୁଲମଖୁଲା ବିଚ୍‌ ରାସ୍ତାରେ ବୁଲୁଛି ଖଣ୍ଡା। ପୁଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧୀ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ। 

Advertisment

କମିସନରେଟ ପୁଲିସ ଏସିପିଙ୍କ ମାଆଙ୍କୁ କଲେ ଟାର୍ଗେଟ ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ପୁଲିସ ଅଧିକାରୀଙ୍କ ମାଆଙ୍କଠାରୁ ହୋଇଛି ଲୁଟ୍। ସ୍କୁଟିରେ ଆସି ଦୁଇ ଦୁର୍ବୃତ୍ତ ଏ କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀଙ୍କ ମାଆ ସକାଳ ୭ଟାରେ ମର୍ଣ୍ଣିଂ ୱାକରେ ଘରୁ ବାହାରିବା ବେଳେ ଏ ଘଟଣା ଘଟିଛି। ସିସିଟିଭିରେ କଏଦ ହୋଇଛି ଦୁଇ ଦୁର୍ବୁତ୍ତଙ୍କ କାରନାମା। ଥାନାରେ ଅଭିଯୋଗ ପରେ ତନାଘନା ଚଳାଇଛି ପୁଲିସ।

ଭୁବନେଶ୍ବର ବିମାନବନ୍ଦର ପାଲଟିଛି ନିଶାମାଫିଆଙ୍କ ଟ୍ରାଞ୍ଜିଟ୍ ପଏଣ୍ଟ : ଆସୁଛି କୋଟି କୋଟି ଟଙ୍କାର ବ୍ୟାଗ୍ ଭର୍ତ୍ତି ନିଶାଦ୍ରବ୍ୟ

 ସିସିଟିଭିରେ କଏଦ ହେଲା ଦୁର୍ବୃତ୍ତଙ୍କ ଆତଙ୍କରାଜ୍‌। ମାରଣାସ୍ତ୍ର ଧରି ଏକ ଅଫିସ୍‌ ଭିତରେ ପଶୁଛନ୍ତି। ବାହାରକୁ ଆସି ଅଫିସ୍ ବାହାରେ ଛିଡ଼ା ହୋଇଥିବା ଯୁବକଙ୍କୁ ଆକ୍ରମଣ କରୁଛନ୍ତି। ୩ଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଆସି ଜଣ ଜଣ କରି ୩-୪ ଜଣ ଯୁବକଙ୍କୁ ହାଣି ପକାଇଛନ୍ତି। ଅଫିସ୍ ବାହାରେ ଥିବା ଏକ କାର୍‌ କାଚ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ତମାଣ୍ଡୋ ପୁଲିସ ଘଟଣାର ଛାନଭିନ୍ ଚଳାଇଛି।  

 ରାଜଧାନୀରେ ଗଲା କିଛିଦିନ ହେଲା ଏଭଳି ଅପରାଧ ବଢ଼ିଚାଲିଛି। ନୀଳାଦ୍ରି ବିହାର ପ୍ରେମିକ ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ସେହିପରି ଫେବ୍ରୁଆରି ୪ ତାରିଖରେ ନୟାପଲ୍ଲୀ ଅଞ୍ଚଳରେ ଗନ୍‌ ପଏଣ୍ଟରେ ବୃଦ୍ଧାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୃତ୍ତ।