କନକବ୍ୟୁରୋ :  ଭୁବନେଶ୍ବରକୁ ଆସୁଥିଲା ନିଶା ଭର୍ତ୍ତି ବ୍ୟାଗ  । କିଛି ବ୍ୟକ୍ତି ବ୍ୟାଗ ଦେଇଥାନ୍ତେ, ଆଉ କିଛି ବ୍ୟାଗକୁ ଠିକଣାରେ ପହଞ୍ଚାଇ ଥାନ୍ତେ ।  ବ୍ୟାଙ୍କକ  ରୁ ବିମାନ ଯୋଗେ, ଭୁବନେଶ୍ବର ପହଞ୍ଚିଥାନ୍ତେ ନିଶା ବେପାରୀ ।  କୋଟି କୋଟି ଟଙ୍କାର ବଡ ଡିଲ ପାଇଁ ନ ଛୋଡ ବନ୍ଦା ଥିଲେ ଦଲାଲ ।  ଆଉ ନିଶା ମାଫିଆଙ୍କୁ ବାନ୍ଧିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏନସିବି ।  ବିମାନ ବନ୍ଦରକୁ ଚାରିପଟୁ ଘେରି ଯାଇଥିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।  ରାତି ଅଧିଆ ଅପରେସନ ଦେଖି ଛାନିଆ ହୋଇଯାଇଥିଲେ ନିଶା ମାଫିଆ ।  ରାଜ୍ୟର ସବୁଠୁ ବଡ ନାଇଟ୍ ଅପରେସନ୍ ଦେଖିଥିଲା ବିମାନବନ୍ଦର ।   ୩୦ରୁ ଅଧିକ ଅଫିସର  ।  ବଛା ବଛା ତଦନ୍ତକାରୀ ଅଧିକାରୀ ।  ସନ୍ଧାନୀ କୁକୁର ସହ ଖାନତଲାସି ଚାଲିଥିଲା।  ରାତି ୩ଟାରୁ ଆରମ୍ଭ କରି ସକାଳ ୮ଟା ଯାଏଁ ଛାପା ମାରିଥିଲା ଏହି ସ୍ପେଶାଲ ଟିମ୍ ।

Advertisment

ବିନା ଯାଞ୍ଚରେ ପ୍ରଦୂଷଣ ପ୍ରମାଣପତ୍ର : ଘରେ ଗାଡ଼ି, ଦଲାଲ ଦେଉଛନ୍ତି ସାର୍ଟିଫିକେଟ୍

 ଆଉ ଏକାଧିକଙ୍କୁ ଉଠାଇ ଆଣି ନିଜ ଅନ୍ଦାଜରେ ପଚରା ଉଚରା ଆରମ୍ଭ କରି ଦେଇଥିଲା ଏନସିବି ଟିମ୍  ।   ତଦନ୍ତ ଜାରି ରହିଥିବାରୁ ଗଣମାଧ୍ୟମକୁ ଦୁରରେ ରଖିଛି ଏନସିବି । ରାଜଧାନୀରେ ଥିବା ଏକାଧିକ ହୋଟେଲରେ ରେଡ୍ ମାରିବା ସହ, କିଛି ନିଶା ମାଫିଆଙ୍କ ସମ୍ପର୍କରେ ତଥ୍ୟ ମିଳିଛି ।  ବ୍ୟାଙ୍କକ ରୁ ନିଶା ଆଣିବା ପରେ, ରାଜଧାନୀ ବାହାରକୁ ବାଏ ରୋଡ୍ ଯାଇଥିାନ୍ତା ଏହି ମଣିଷମରା ନିଶା ।   କୁହାଯାଉଛି, ହାଇଡ୍ରୋଫନିକ୍ ୱିଡ୍, ସିନ୍ଥେଟିକ୍ ଡ୍ରଗ୍ସ ଭଳି ନିଶା ପାଇଁ ଭୁବନେଶ୍ବର ବିମାନବନ୍ଦରକୁ ସଫ୍ଟ ଟାର୍ଗେଟକରୁଛନ୍ତି ନିଶା ମାଫିଆ । ଆଉ ଏହି କୋଟିକୋଟି ଟଙ୍କାର ନିଶା କାହା ପାଖକୁ ଯାଉଛି,ଏହାର ଗରାଖ କିଏ?   ଦେଶ ବାହାରେ ରହି କିଏ ଏହି ସିଣ୍ଡିକେଟ୍ ଚଲାଉଛି?  ସେନେଇ ଖୋଳତାଡ ଆରମ୍ଭ କରିଛି ଏନସିବି।