କନକ ବ୍ୟୁରୋ : ରାଜଧାନୀର ଦ୍ରୁତ ବିକାଶ ହେଉଛି । ସହରର କଳେବର ବଢ଼ୁଛି । ହେଲେ ଖୋଦ୍ ରାଜଧାନୀର ଅନେକ ଅଞ୍ଚଳ ଅବହେଳିତ ହୋଇ ରହିଛି । ସେଠାରେ ବିକାଶ ଯେମିତି ସାତ ସପନ । ହଁ ଆମେ କହୁଛି ଭୁବନେଶ୍ବର ବ୍ଲକ ଚନ୍ଦକା ପଞ୍ଚାୟତର ଅନ୍ଧାରୁଆ ଗାଁ କଥା । ଦୀପ ତଳ ଅନ୍ଧାର ଭଳି ଅବହେଳିତ ଅବସ୍ଥାରେ ରହିଛି ଏହି ଅଞ୍ଚଳ ।
ଅନ୍ଧାରରେ ରାଜଧାନୀର ଗାଁ । ଗାଁ ବାହାରକୁ ଗଲେ ସନ୍ଧ୍ୟା ପୂର୍ବରୁ ଫେରିବାକୁ ପଡ଼ିବ । ଏଭଳି ସ୍ଥିତି କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଖୋଦ ରାଜଧାନୀ ଉପକଣ୍ଠ ଚନ୍ଦକା ପଞ୍ଚାୟତର ଅନ୍ଧାରୁଆ ଗାଁର । ଭୁବନେଶ୍ୱରରୁ ଚନ୍ଦକା ଦେଇ କଟକକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଅନ୍ଧାର । ଏହା ଆଜିକାଲିର ନୁହେଁ, ସ୍ୱାଧୀନତା ପରଠାରୁ ଏଭଳି ସ୍ଥିତି । ଏହି ରାସ୍ତାରେ ପ୍ରତିଦିନ ଗଡ଼ୁଛି ଲକ୍ଷ ଲକ୍ଷ ଗାଡ଼ି । ଅନ୍ଧାର ଯୋଗୁଁ ପ୍ରାୟ ପ୍ରତିଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା । ଗତ ଶୁକ୍ରବାର ସନ୍ଧ୍ୟାରେ ବସ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଥିବା ବେଳେ ଗତ ମଙ୍ଗଳବାର ଜଣେ ବୃଦ୍ଧା ଗୁରୁତର ହୋଇଥିଲେ । ପ୍ରତିଦିନ ପ୍ରାୟ ଏଭଳି ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।
ଅଧିକ ପଢ଼ନ୍ତୁ : ୯ କୋଟିର ରାସ୍ତା ଅଧାପନ୍ତରିଆ: ଠିକାଦାର-ଅଧିକାରୀଙ୍କ ସଲାସୁତରାକୁ ନେଇ ବଢୁଛି ଅସନ୍ତୋଷ
ରାଜଧାନୀକୁ ସରସ ସୁନ୍ଦର କରିବା ପାଇଁ ହେଉଛି ବଡ଼ ଯୋଜନା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଟାଉନ ପ୍ଲାନିଂ ଠାରୁ ଆରମ୍ଭ କରି ରାଜସ୍ୱ ଗ୍ରାମ ଗୁଡ଼ିକୁ ବିଡିଏ ଅନ୍ତର୍ଭୁକ୍ତ କରାଯାଉଛି । ହେଲେ ଉନ୍ନୟନ ଶୂନ । ଆଜି ବି ଅନ୍ଧାର ସହିତ ଲଢ଼େଇ କରୁଛି ଅନ୍ଧାରୁଆ । ପ୍ରଶାସନିକ ସ୍ତରରେ ପଦକ୍ଷେପ ନେଇ ତୁରନ୍ତ ମୁଖ୍ୟ ରାସ୍ତାକୁ ଆଲୋକୀକରଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/28/chandaka-cuttack-road-2025-12-28-19-14-23.png)