canada-indian Photograph: (Google)
କନକ ବ୍ୟୁରୋ: କିଏ କ୍ୟାରିୟର ଗଢ଼ିବାକୁ, କିଏ ଚାକିରି କରିବାକୁ, ଆଉ କିଏ ବ୍ୟବସାୟ କରିବାକୁ ଯାଇଥିଲେ । ପ୍ରତିବର୍ଷ ଶତାଧିକ ଭାରତୀୟ କାନାଡାମୁହାଁ ହେଉଛନ୍ତି । ବର୍ତ୍ତମାନ ଭାରତୀୟଙ୍କ ପାଇଁ ବିପଦର ଦେଶ ପାଲଟିଛି କାନାଡା । ଲଗାତାର ଆକ୍ରମଣ କେବଳ ଭୟ ବଢ଼ାଉନି, ସେଠାରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କାନାଡାରେ ଅସୁରକ୍ଷିତ ଭାରତୀୟ
-ଟରଣ୍ଟୋରେ ସବୁଠୁ ଅଧିକ ଆପରାଧିକ ଘଟଣା
- ଟରଣ୍ଟୋ କ୍ୟାମ୍ପସରେ ୨୦ବର୍ଷର ଛାତ୍ର ଶିବାଙ୍କ ଅବସ୍ତିଙ୍କୁ ଗୁଳି କରି ହତ୍ୟା
- ପୂର୍ବରୁ ହିମାଂଶୀ ଖୁରାନାଙ୍କ ମୃତଦେହ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା
-ହତ୍ୟା କରି ପୁରୁଷ ବନ୍ଧୁ ଫେରାର ଅଭିଯୋଗ
-ପଞ୍ଜାବର ଦୁଇ ଯୁବକଙ୍କୁ ଏଡମୋଣ୍ଟନର ବିଚ୍ ରାସ୍ତାରେ ହତ୍ୟା
- କାନାଡାର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଉଭୟ ପଢ଼ୁଥିଲେ
-ଲିଙ୍କନ ସହରରେ ୨୭ବର୍ଷ ବୟସ୍କା ଅମନପ୍ରୀତଙ୍କୁ ହତ୍ୟା
-ବ୍ୟବସାୟୀ ଦର୍ଶନ ସାହାନୀଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା
-୨୦୨୫ରେ ମୋଟ ୪୧ ଜଣ ଭାରତୀୟଙ୍କୁ ହତ୍ୟା କରାଯାଇଛି
-୧୦ ଦିନରେ ୪ଜଣ ଭାରତୀୟଙ୍କୁ ନିର୍ମମ ହତ୍ୟା
ଅଧିକ ପଢନ୍ତୁ: କାନାଡାରେ ଭାରତୀୟଙ୍କୁ ହତ୍ୟା ; ଛୁରି ଭୁସି ମାରିଦେଲେ
କାନାଡାରେ ଖଲିସ୍ତାନୀଙ୍କ ଉପଦ୍ରବ ବଢ଼ିବା ସହ ଆକ୍ରମଣ ବଢ଼ିବାରେ ଲାଗିଛି । ବିଶେଷକରି ଶିଖମାନଙ୍କୁ ଟାର୍ଗେଟ୍ କରାଯାଉଛି । ଯେଉଁଥିରୁ ବାଦ୍ ପଡିନାହାନ୍ତି ଲୋକପ୍ରିୟ କଳାକାର କପିଲ ଶର୍ମା । ତାଙ୍କ ନୂଆ କେଫକୁ ଲଗାତାର ୩ଥର ଗୁଳିମାଡ଼ କରିଥିଲେ ଆତତାୟୀ । କାନାଡାରେ କେବଳ ଖଲିସ୍ତାନୀ ନୁହନ୍ତି, ଗ୍ୟାଙ୍ଗଷ୍ଟରଙ୍କ ଉପଦ୍ରବ ଚରମସୀମାରେ ପହଞ୍ଚିଲାଣି । ଭାରତୀୟଙ୍କ ପ୍ରତି ବଢ଼ୁଥିବା ଅପରାଧକୁ ନେଇ ଚିନ୍ତାରେ ଭାରତ ସରକାର । କାନାଡା ସରକାରଙ୍କ ସହ ଯୋଗାଯୋଗରେ ରହିବା ସହ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛି ବୈଦେଶିକ ମନ୍ତ୍ରାଳୟ ।
Follow Us