କନକ ବ୍ୟୁରୋ : କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଥିଲା ଏନେଇ କାନାଡା ମିଡିଆରେ ଖବର ପ୍ରସାରଣ ପରେ ପୁଣି ତେଜିଛି ବିବାଦ । କାନାଡାର ଅଭିଯୋଗକୁ ସିଧାସଳଖ ଖାରଜ କରିଛି ଭାରତ । କାନାଡ଼ା ଗଣମାଧ୍ୟମର ସରକାରଙ୍କ ଏଭଳି ହାସ୍ୟାସ୍ପଦ ମନ୍ତବ୍ୟକୁ ଖାରଜ କରାଯିବା ଉଚିତ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି । ଏଭଳି ମିଥ୍ୟା ପ୍ରଚାର ଦୁଇ ଦେଶ ମଧ୍ୟରେ ପୂର୍ବରୁ ଖରାପ ହୋଇଥିବା ସମ୍ପର୍କକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି । କାନାଡ଼ା ନିରାପତ୍ତା ସଂସ୍ଥାର ଅଧିକାରୀଙ୍କ ମନ୍ତବ୍ୟକୁ ଆଧାର କରି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ଏହାପରେ ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଖାରଜ କରିବା ସହିତ ନିନ୍ଦା କରି କହିଛି ଯେ, ଆମେ ସାଧାରଣତଃ ଗଣମାଧ୍ୟମ ରିପୋର୍ଟ ମନ୍ତବ୍ୟ ଦେବାକୁ ପସନ୍ଦ କରୁନାହୁଁ ।
କାନାଡାର ଅଭିଯୋଗକୁ ଭାରତର ଖଣ୍ଡନ । କାନାଡା ମିଡିଆ ରିପୋର୍ଟକୁ ଭିତ୍ତିିହୀନ କହି ତାଗିଦ କଲା ବୈଦେଶିକ ମନ୍ତ୍ରଣାଳୟ
କାନାଡ଼ା ଗଣମାଧ୍ୟମର ସରକାରଙ୍କ ଏଭଳି ହାସ୍ୟାସ୍ପଦ ମନ୍ତବ୍ୟକୁ ଖାରଜ କରାଯିବା ଉଚିତ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି । ଏଭଳି ମିଥ୍ୟା ପ୍ରଚାର ଦୁଇ ଦେଶ ମଧ୍ୟରେ ପୂର୍ବରୁ ଖରାପ ହୋଇଥିବା ସମ୍ପର୍କକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି ।