କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାଙ୍ଗୁଛନ୍ତି ଆଦର୍ଶ ନିର୍ବାଚନ ଆଚରଣ ଵିଧି । ଏପରି ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଚାରରେ ଭୟଭୀତ ହୋଇ ଆଜି ମୁଖ୍ୟମନ୍ତ୍ରୀ ନୂଆପଡା ଯାଇଛନ୍ତି । ହେଲେ ଏହି ଗସ୍ତ ପାଇଁ ଖରିଆର ରୋଡ଼କୁ କାହିଁକି ବ୍ଲକ କରାଗଲା ବୋଲି ବିଜେଡି ପ୍ରଶ୍ନ କରିଛି। ନୂଆପଡାରେ ଜିଲ୍ଲାପାଳ, ଏସପି ଓ ଆଇଜି ହିମାଂଶୁ ଲାଲ ସରକାରୀ ଦଳ ବିଜେପିର ଗୁମାସ୍ତା ସାଜିଥିବା ନେଇ ଅଭିଯୋଗ କରିଛି ବିଜେଡି। ଗତକାଲି ମଧ୍ୟ ଜାଣିଶୁଣି ବିନା କାରଣରେ ବିମାନ ବନ୍ଦରରେ ନବୀନ ପଟ୍ଟନାୟକଙ୍କୁ ବ୍ଲକ କରାଗଲା । ଯେଉଁଥି ପାଇଁ ତାଙ୍କ ଗୋଡ଼ରେ ଆଘାତ ଲାଗିଲା। ତାଙ୍କ ସଭାରୁ ଲୋକ ପଳାନ୍ତୁ ବୋଲି ଏହି ଚକ୍ରାନ୍ତ କରାଯାଇଥିଲା ବୋଲି ବିଜେଡି ଅଭିଯୋଗ କରିଛି ।
ଜମୁଛି ଉପନିର୍ବାଚନ ପ୍ରଚାର: ଆଜି ନୂଆପଡା ଯିବେ ନବୀନ, କରିବେ ରୋଡ ସୋ
ଏପଟେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ କରିଛି । ୨୦୨୪ ନିର୍ବାଚନ ପରାଜୟ ଭୋଗ କରିବା ପରେ, ନବୀନ ପଟ୍ଟନାୟକ କହିଥିଲେ ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କରିଛି ସେଥିପାଇଁ ବିଜେଡିର ପରାଜୟ ଘଟିଛି । କିନ୍ତୁ ଆଜି ବିଜେଡି ଦଳ ଏହାକୁ ନିଜେ କରୁଛି ଓ ତାଙ୍କ ଲୋକ କରୁଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ହିମାଂଶୁ ସାହୁ ବିଜେପି ବିଧାୟକ ଙ୍କ ଫଟୋକୁ AI ସହାୟରେ ଏଡିଟ କରି ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ଓ ନୂଆପଡା ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି ଓ ବିଜେଡି ଲୋକ ଏହାକୁ ସୋସିଆଲ ମିଡ଼ିଆ ହାଣ୍ଡେଲରେ ପୋଷ୍ଟ କରୁଛନ୍ତି। ବିଜେଡି ପରାଜୟ ଭୟରେ ଏପରି ଅପଚେଷ୍ଟା କରୁଛି । ଯାହାକୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ଓ ସାଇବର ରୁଲ ଅନୁସାରେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/08/bjd-bjp-2025-11-08-17-14-37.jpg)