କନକ ବ୍ୟୁରୋ: ଜମୁଛି ନୂଆପଡା ଉପନିର୍ବାଚନ ପ୍ରଚାର । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଜୋରଦାର ପ୍ରଚାର ପରେ ଆଜି ଯିବେ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ଆଜି ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପ୍ରଚାର ପାଇଁ ବିଜେଡି ସୁପ୍ରିମୋଙ୍କ ଏହା ଦ୍ବିତୀୟ ନୂଆପଡା ଗସ୍ତ । ସେପଟେ ନବୀନଙ୍କ କାର୍ଯ୍ୟକ୍ରମ ଭଣ୍ଡୁର କରିବା ଅଭିଯୋଗ ଆଣିଲା ବିଜେଡି । ଏନେଇ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ରୋଡ ସୋକୁ ଭଣ୍ଡର କରିବାକୁ ଉଦ୍ୟମ କରାଯାଉଇଥିବା ବୋଲି ଅଭିଯୋଗ ଆଣିଛି ବିଜେଡି ।
ଅନ୍ୟପଟେ ଗତକାଲି ନୂଆପଡା ନିର୍ବାଚନ ପ୍ରଚାରରେ ଯାଇଥିବା ଦୁଇ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଯାଂଚ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନୂଆପଡା ପ୍ରଚାରରେ ଯାଇଥଲେ । ପ୍ରୋଟକଲ ଅନୁଯାୟୀ ଦୁଇ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଯାଞ୍ଚ କରିଛନ୍ତି ଫ୍ଲାଇଙ୍ଗ୍ ସ୍କୋର୍ଡ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/07/2-2025-11-07-08-42-10.jpg)