ମାଫିଆଙ୍କୁ ନିସ୍ତାର ନାହିଁ, ଦକ୍ଷିଣରୁ ବାଲି ଓ ଲଘୁ ଖଣିଜ ଦଲାଲଙ୍କ ବିରୋଧରେ ଅଭିଯାନ

Advertisment

ଗଞ୍ଜାମରେ ୧୩ଘଣ୍ଟା ଧରି ଘାଣ୍ଟିବା ପରେ କେଳେଙ୍କାରୀର ଖୋଲିଲା କଳା ଚିଠା । ଏପଟେ କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ଯାଜପୁରରେ ଗୋମାଫିଆଙ୍କ ଏକାଧିକ ଠିକଣାରେ ରେଡ୍ ।

ଗଞ୍ଜାମରେ ୧୩ଘଣ୍ଟା ଧରି ଘାଣ୍ଟିବା ପରେ କେଳେଙ୍କାରୀର ଖୋଲିଲା କଳା ଚିଠା । ଏପଟେ କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ଯାଜପୁରରେ ଗୋମାଫିଆଙ୍କ ଏକାଧିକ ଠିକଣାରେ ରେଡ୍ ।

Mafia  odisha

Mafia odisha Photograph: (KanakNews)

କନକ ବ୍ୟୁରୋ:  ବର୍ଷ ବର୍ଷ ବେଧଡକ ଭାବେ ଗୋ-ଚାଲାଣ କରୁଥିଲେ ମାଫିଆ । ରାଜ୍ୟ ଭିତରେ ଗୋ-ମାଂସ ବେପାର କରିବା  ସହ ରାଜ୍ୟ ବାହାରକୁ କରୁଥିଲେ ଗୋରୁ- ଚୋରା ଚାଲାଣ । ଏନେଇ କେନ୍ଦୁଝରରେ ହୋଇଥିବା ଅଭିଯୋଗକୁ ଆଧାର କରି ସକାଳୁ ସକାଳୁ ମାଫିଆଙ୍କ ବିଭିନ୍ନ ଠିକଣାରେ ଆରମ୍ଭ ହୋଇଥିଲା ଚଢ଼ାଉ। ୧୫ ପ୍ଲାଟୁନ୍ ଫୋର୍ସ ନେଇ ଏକକାଳୀନ ୪ଟି ଜିଲ୍ଳାରେ ପହଁଚିଥିଲା ପୁଲିସର ସ୍ବତନ୍ତ୍ର ୬୫ ଟିମ୍ । 
ଗୋ-ମାଫିଆ ଶେଖ୍ ରାଜନ  ଭଦ୍ରକ ଠିକଣାରେ ଚଢ଼ାଉ କରିଥିଲା କେନ୍ଦୁଝର ଓ ଭଦ୍ରକ ପୁଲିସ। ଜବତ ହୋଇଥିଲା ନଗଦ ୬୦ଲକ୍ଷ ଟଙ୍କା ସହ ସୁନା ଗହଣା । 
ଟିପୁ ସୁଲତାନର ସନ୍ତରପୁର ଘରୁ ମିଳିଛି ନଗଦ ୩୦ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର । 
ସୁଜିତ ମହାନ୍ତି ଘରୁ ଜବତ ହୋଇଛି ୩୨ଲକ୍ଷ ୫୫ ହଜାର ଟଙ୍କା ସହ ପୁଳା ପୁଳା ସୁନା । 
୯ଟି ସ୍ଥାନରେ ଚଢ଼ାଉରୁ ମୋଟ୍ ୧ କୋଟି ୪୦ଲକ୍ଷ ନଗଦ ଟଙ୍କା ଜବତ କରିଛି ପୁଲିସ । 
୮୦୮ ଗ୍ରାମରୁ ଅଧିକ ସୁନା, ପାଖାପାଖି ୩ କେଜି ରୁପା, ୧୧ଟି ଚାରିଚକିଆ, ୧୩ଟି ଦୁଇଚକିଆ ଓ ଅନେକ ଦାମୀ ଘଣ୍ଟା, ମୋବାଇଲ ଜବତ ହୋଇଛି ।

  ଅଧିକ ପଢନ୍ତୁ:  କଣ୍ଟେନରରେ ହେଉଥିଲା ଗୋ-ଚାଲାଣ । ଅଟକାଇବାରୁ ଗୋ-ସୁରକ୍ଷା କର୍ମୀଙ୍କୁ ମାଡ ମାରିଲେ ଗୋରୁ ମାଫିଆ ।


କେବଳ ଏହି ଚାରି ଜିଲ୍ଲା ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଧଡକ ଭାବରେ ଚାଲିଛି ବେଆଇନ ଗୋ-ଚାଲାଣ। ଗୋ-ମାଂସ କାରବାର ବି ବଢ଼ି ବଢ଼ି ଚାଲିଛି। ରାଜ୍ୟରେ ବଢ଼ୁଥିବା ଗୋ-ଚାଲାଣ ଓ ଗୋ-ମାଂସ କାରବାର ବିରୋଧରେ ସରକାରଙ୍କ ଦ୍ବାରସ୍ଥ ହୋଇଥିଲେ ଗୋ-ସେବା ସଂଗଠନ। ଗୋ-ଚାଲାଣ ରୋକିବା ସହ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଆଜିର କାର୍ଯ୍ୟାନୁଷ୍ଠାନ ପରେ ଯେଉଁ ଜିଲ୍ଲାରେ ଏଭଳି କାରବାର ଚାଲିଛି ସେଠି ଚଢ଼ାଉ କରିବାକୁ ଦାବି ହୋଇଛି। 
  ଆଜିର ଚଢ଼ାଉ ପରେ ଅନ୍ୟ ଜିଲ୍ଳାରେ ସକ୍ରିୟ ଥିବା ଗୋମାଫିଆଙ୍କ ଛାତିରେ ଛନକ ପଶିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe